fbpx

ଚୀନ୍‌ରେ କରୋନାର ନୂଆ ଘାତକ ଲହର: ବିଶ୍ୱବିଦ୍ୟାଳୟର ୧୫ ଶହ ଛାତ୍ରଙ୍କୁ କରାଗଲା ଆଇସୋଲେଟ୍‌, କ୍ୟାମ୍ପସ ସିଲ୍‌

ବେଜିଂ: କରୋନା ଭୂତାଣୁ ସହ ଲଢେଇ ଭିତରେ କିଛି ଦିନର ଆଶ୍ୱସ୍ତି ପରେ ପୁଣି ଆସିଲାଣି ଚିନ୍ତାଜନକ ଖବର । ଚୀନରୁ ଜନ୍ମ ନେଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ପୁଣି ଥରେ ଚୀନରେ ପ୍ରକୋପ ଜାହିର କଲାଣି । ଚୀନର ଏକ ବିଶ୍ୱବିଦ୍ୟାଳୟରେ କରୋନାର ସଂକ୍ରମଣ ବଢିବା ପରେ ସେଠାକାର ପାଖାପାଖି ୧୫୦୦ ଛାତ୍ରଙ୍କୁ ହୋଟେଲରେ ଆଇସୋଲେଟ୍‌ କରିଦିଆଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନର ଦାଲିୟାନ୍‌ ପ୍ରାନ୍ତରେ ଥିବା ଝୁଙ୍ଗାଝେ ୟୁନିଭରସିଟିରେ ଗତ ରବିବାର କରୋନାର ଅନେକ ମାମଲା ସାମ୍ନାକୁ ଆସିଥିଲା । ଏଠାରେ ସଂକ୍ରମଣ ବଢିବା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ସିଲ୍‌ କରିଦିଆଯାଇଛି ।

Get real time updates directly on you device, subscribe now.