fbpx

ଭାରତ ଆସିବେନି ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ, ହେଲେ ତାଙ୍କ ବଦଳରେ ଆସିବେ…

Advertisement

ନୂଆଦିଲ୍ଲୀ; ଆସନ୍ତା ମାସ ସେପ୍ଟେମ୍ବର ୯ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହି ମହା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ସାରା ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରମୁଖ୍ୟ ଏବଂ ଅଧିକାରୀମୋନ ଯୋଗ ଦେବେ । ଚଳିତ ଥର ଭାରତରେ ହେଉଥିବା ଏହି ଜି-୨୦ର ମହା ସମ୍ମିଳନୀର ନେତୃତ୍ୱ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଉଛନ୍ତି । ଏହି କ୍ରମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇସାରିଛି । ଜଳ, ସ୍ଥଳ, ଆକାଶ ସହ ବତ୍ତର୍ମାନ ଦିଲ୍ଲୀର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଦିଆଯାଇଛି ।

ଦିଲ୍ଲୀରେ ହେବାକୁ ଥିବା ଏହି ଜି-୨୦ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ ଯୋଗଦେବେ ନାହିଁ । କିନ୍ତୁ ତାଙ୍କ ବଦଳରେ ଏହି ସମ୍ମିଳନୀରେ ଯୋଗ ଦେବେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ । ଏନେଇ ସୋମବାର ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ବେଜିଂ ଏକ ସଙ୍ଗେ ଦୁଇ ସବୁଠୁ ପ୍ରଭାବଶାଳୀ ନେତାଙ୍କୁ ବିଦେଶକୁ ପଠାଇପାରିବ ନାହିଁ। ସେଥିପାଇଁ ଭାରତ ସରକାରଙ୍କ ଆମନ୍ତ୍ରଣକ୍ରମେ ଚାଇନା ପ୍ରଧାନମନ୍ତ୍ରୀ ୧୮ତମ ଜି୨୦ ସମିଟ୍‌ରେ ଯୋଗଦେବେ ବୋଲି ବହିର୍ବ୍ୟାପାର ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି ।

ସୂଚନା ଥାଉକି, ନିକଟରେ ବେଜିଂ ଏକ ନୂତନ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ଭାରତର କିଛି ଅଞ୍ଚଳକୁ ଚାଇନା ତା’ର ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛି । ଚାଇନାର ଏହି ନୂତନ ମାନଚିତ୍ରକୁ ନେଇ ଭାରତ ଦୃଢ଼ ବିରୋଧ କରିବା ସହ ଏହାକୁ ଅବୈଧ ବୋଲି କହିଛି । ଯାହାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ବୋଧ ହୁଏ ଏହି ସୀମା ବିବାଦ କାରଣକୁ ନେଇ ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି ।

Get real time updates directly on you device, subscribe now.