ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ଚୀନ ପ୍ରତିପକ୍ଷ । ଭାରତ-ଚୀନ ଦ୍ୱିପାକ୍ଷିତକ ସମ୍ପର୍କରେ ୭୫ ବର୍ଷ ପୂର୍ତ୍ତ ନେଇ ଆଲୋଚନା ହୋଇଛି ।
ଆଗାମୀ ଦିନରେ ଦୁଇ ଦେଶ ମିଶି କାମ କରିବା ନେଇ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଆଶା ପ୍ରକଟ କରିଥିବା କହିଛନ୍ତି । ଦ୍ୱିପାକ୍ଷୀକ ସମ୍ପର୍କର ବହୁ ବର୍ଷ ପୂର୍ତ୍ତି ଅବସରରେ ଦୁଇ ରାଷ୍ଟ୍ର ମୁଖ୍ୟ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।
ଚାଇନା- ଭାରତର ସମ୍ପର୍କକୁ ଡ୍ରାଗନ୍-ଏଲିଫାଣ୍ଟ ଟାଙ୍ଗୋ (ଯାହା ଦୁଇ ଦେଶର ଜାତୀୟ ପଶୁଙ୍କ ମଧ୍ୟରେ କରାଯାଉଥିବା ଏକ ଡ୍ୟାନ୍ସ ଫର୍ମକୁ କୁହାଯାଏ) ବୋଲି କହିଛନ୍ତି ଜିନପିଙ୍ଗ ।
୨୦୨୦ରେ ହିମାଳୟ ସୀମାରେ ଦୁଇ ଦେଶର ସୌନ୍ୟଙ୍କ ମଧ୍ୟରେ ସଂଘର୍ଷ ହେବା କାରଣରୁ ଚାଇନା ଓ ଭାରତ ମଧ୍ୟରେ ବିବାଦ ବଢ଼ିଥିଲା । ତା’ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶୀ ଭଲ ନାହିଁ ।