ଦୀପାବଳି ଏବଂ ଧନ୍ୱନ୍ତରୀ ପର୍ବରେ ଦେଢ ଲକ୍ଷ କୋଟିର କ୍ଷତି ସହିଲା ଚୀନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଚୀନକୁ ବଡ ଝଟକା ଲାଗିଛି। ଗତକିଛି ବର୍ଷ ହେବ ଭାରତୀୟ ବଜାରରେ ଦୀପାବଳି ଏବଂ ଧନତେରାସରେ ଚୀନ୍ ଉତ୍ପାଦର ଚାହିଦା ହ୍ରାସ ପାଇବାରେ ଲାଗିଛି। ଖାସକରି ସାଜସଜ୍ଜା ସାମଗ୍ରୀର ବିକ୍ରିରେ ବହୁତ ହ୍ରାସ ଘଟିଛି। ଏଥିରେ ଘରୋଇ ଦ୍ରବ୍ୟର ବିକ୍ରି ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଭୋକାଲ-ଫର-ଲୋକାଲ’ ଅଭିଯାନ ଆରମ୍ଭ କରିଥିଲେ। ଯାହା ବର୍ତ୍ତମାନ ସ୍ପଷ୍ଟ ଦେଖିବାକୁ ମିଳୁଛି।

ଚଳିତ ବର୍ଷ ଲୋକେ ମେଡ ଇନ ଇଣ୍ଡିଆ ସାମଗ୍ରୀ କିଣୁଛନ୍ତି। ରିପୋର୍ଟ ଅନୁଯାୟୀ, ଏହି କାରଣ ପାଇଁ ଚୀନ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କା କ୍ଷତି ସହିଛି। ଲୋକମାନେ ବର୍ତ୍ତମାନ ମାଟିର ଦୀପ ବେଂ ସାଜସଜ୍ଜା ପାଇଁ ସ୍ଥାନୀୟ ଉତ୍ପାଦକୁ କିଣିବାକୁ ପସନ୍ଦ କରୁଛନ୍ତି। ଏଥିପାଇଁ କୁମ୍ଭାକାର ଏବଂ ଛୋଟ କାରିଗରମାନେ ମଧ୍ୟ ଉପକୃତ ହେଉଛନ୍ତି। ସିଏଆଇଟି ସ୍ଥାନୀୟ କାରିଗର, କୁମ୍ଭକାର, ଏବଂ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରୟକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସାୟୀମାନଙ୍କୁ ନିବେଦନ କରିଛି। କ୍ୟାଟ୍ ସାଧାରଣ ସଂପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଚଳିତ ବର୍ଷ ଭୋକାଲ-ଫର-ଲୋକାଲ ଅଭିଯାନ ବ୍ୟାପକ ପ୍ରଭାବ ବଜାରରେ ଦେଖିବାକୁ ମିଳୁଛି।