Watch Video: ଦକ୍ଷିଣ ଚୀନରେ ମହାବାତ୍ୟାର ପ୍ରଳୟ; ଡ୍ରମ, ବାଲ୍ଟି ଧରି ରାସ୍ତାରେ ମାଛ ଧରିଲେ ଚାଇନିଜ୍
ଚୀନର ମାକାଉ ସହରରୁ ଏକ ଅଦ୍ଭୁତ ଏବଂ ଆକର୍ଷଣୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଠି ସୁପର ଟାଇଫୁନ୍ ରାଗାସାର ପ୍ରଳୟପରେ ଡ୍ରମ, ବାଲ୍ଟି ଧରି ରାସ୍ତାରେ ମାଛ ଧରିଲେ ଚାଇନିଜ୍ । ଦେଖନ୍ତୁ ଭିଡିଓ...
ଚାଇନା: ଚୀନର ମାକାଉ ସହରରୁ ଏକ ଅଦ୍ଭୁତ ଏବଂ ଆକର୍ଷଣୀୟ ଦୃଶ୍ୟ ସାମ୍ନାକୁ ଆସିଛି। ସୁପର ଟାଇଫୁନ୍ ରାଗାସା ଯୋଗୁଁ ପ୍ରବଳ ଗେବରେ ପବନ ବହିବା ସାଙ୍ଗକୁ ଢେଉ ମଧ୍ୟ ମାଡ଼ିଆସିଥିଲା। ଝଡ଼ ତୁଫାନ ଯୋଗୁଁ ସମୁଦ୍ର ପାଣି ରାସ୍ତାରେ ଢେଉ ମାରିଲା । ଫଳରେ ଅନେକ ମାଛ କୂଳକୁ ଆସିଗଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଘରୁ ବାହାରକୁ ଆସି ରାସ୍ତାରେ ମାଛ ଧରିବା ଆରମ୍ଭ କଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
Residents of Macau, China took to the streets to catch fish that came ashore in the storm surge from Super Typhoon Ragasa….🐟🐠🎣pic.twitter.com/OKFLA3hWHn
— Volcaholic 🌋 (@volcaholic1) September 24, 2025
ପିଲା, ବୃଦ୍ଧ ଏବଂ ମହିଳା ଧରିଲେ ମାଛ
ଭିଡିଓ ଏବଂ ଫଟୋରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଲୋକମାନେ ଡ୍ରମ୍, ବାଲ୍ଟି ଏବଂ ଅନ୍ୟାନ୍ୟ ବାସନକୁସନ ଧରି ଘରୁ ବାହାରକୁ ଧାଇଁ ଆସୁଛନ୍ତି। କେତେକ ହାତରେ ମାଛ ଧରିବା ଦେଖାଯାଇଛି ତ ଅନ୍ୟମାନେ ଜାଲ ବ୍ୟବହାର କରୁଛନ୍ତି। ପିଲା, ବୃଦ୍ଧ ଏବଂ ମହିଳା ସମସ୍ତେ ଏହି ମାଛ ଧରିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହା ଏପରି ଥିଲା ଯେପରି ଲାଗୁଥିଲା, ଏହା ଏକ ମାଛ ବଜାର ।
ଲୋକଙ୍କ ମୁହଁରେ ଉତ୍ସାହ ଏବଂ ଆନନ୍ଦ ସ୍ପଷ୍ଟ ଭାବରେ ଦେଖାଯାଉଛି। କେତେକ ଏତେ ମାଛ ଧରିଥିଲେ ଯେ ସେମାନେ ସେମାନଙ୍କର ଡ୍ରମ୍ ଏବଂ ବାଲ୍ଟି ସବୁ ମଛରେ ଭରି ଯାଇଥିଲା । ଅନ୍ୟମାନେ ଛୋଟ ପାତ୍ରରେ ମାଛ ସଂଗ୍ରହ କରୁଥିବାର ମଧ୍ୟ ଦେଖାଯାଇଥିଲା। ଏହି ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଏବଂ ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି।
ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
ତଥାପି, ଏହି ପରିସ୍ଥିତି କେବଳ ମଜାଦାର ନୁହେଁ ବରଂ ବିପଦପୂର୍ଣ୍ଣ ମଧ୍ୟ ଥିଲା। ଝଡ଼ ପରେ, ଅନେକ ସ୍ଥାନରେ ରାସ୍ତାଗୁଡ଼ିକ ପାଣି ଏବଂ ମାଟିରେ ବୁଡ଼ି ଯାଇଥିଲା। ସୁପର ଟାଇଫୁନ୍ ରାଗାସା ତାଣ୍ଡବ ରଚାଇଥିବା ବେଳେ, ମାକାଉର ରାସ୍ତାଗୁଡ଼ିକ ହଠାତ୍ ମାଛ ବଜାରରେ ପରିଣତ ହୋଇଗଲା। ଲୋକମାନେ ଏବେ ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ସେୟାର କରି ଏହି ଘଟଣାକୁ ସ୍ମରଣୀୟ ବୋଲି କହୁଛନ୍ତି।