fbpx

ଭାରତୀୟ ମାହାସାଗରରେ ବୁଡିଗଲା ଚୀନ ଜାହାଜ, ୩୯ ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

Advertisement

ନୂଆଦିଲ୍ଲୀ: ଚୀନର ଏକ ମାଛ ଧରିବା ଜାହାଜ ଭାରତୀୟ ମହାସାଗରେ ଓଲଟି ପଡିଛି । ଏହି ଜାହାଜ ମଙ୍ଗଳବାର ଦିନ ସ୍ଥାନୀୟ ସମୟ ଅନୁସାରେ ରାତି ୩ଟାରେ ଓଲଟି ପଡିଥିଲା । ଜାହାଜରେ ୩୯ ଲୋକ ଥିଲେ, ସେହି ୩୯ଜଣଙ୍କ ମଧ୍ୟରୁ ୧୭ ଜଣ ଚୀନ ସଦସ୍ୟ ଥିବା ବେଳେ ଅନ୍ୟ ୧୭ ଜଣ ଇଣ୍ଡୋନେସିଆ ଚାଳକ ଦଳର ସଦସ୍ୟ ଏବଂ ୫ ଫିଲିପିନୋ ଚାଳକ ଦଳର ସଦସ୍ୟ ସାମିଲ ଥିଲେ । ଉଦ୍ଧାରକାରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଘଟଣା ବିଷୟରେ ଶୁଣିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରି ଜରୁରୀକାଳୀନ ପରିସ୍ଥିତିକୁ ତୁରନ୍ତ ସକ୍ରିୟ କରିବାକୁ କହିଛନ୍ତି। ଚାଇନାର କୃଷି ଏବଂ ଗ୍ରାମ୍ୟ ବ୍ୟାପାର ମନ୍ତ୍ରଣାଳୟ, ପରିବହନ ମନ୍ତ୍ରଣାଳୟ ଏବଂ ଶାଣ୍ଡୋଙ୍ଗ ପ୍ରାଦେଶିକ ସରକାରଙ୍କୁ ପରିସ୍ଥିତିର ଆକଳନ କରିବାକୁ, ଉଦ୍ଧାର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଏବଂ ଆନ୍ତର୍ଜାତୀୟ ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ସମନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏବଂ ବିଦେଶରେ ସମ୍ପୃକ୍ତ ଦୂତାବାସକୁ ମଧ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବା ଏବଂ ସର୍ଚ୍ଚ-ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଚେତାବନୀ ଜାରି କରିଛନ୍ତି। ଜାହାଜ ବୁଡ଼ି ଯାଇଥିବା ସ୍ଥାନକୁ ସରକାର ଅନ୍ୟ ଉଦ୍ଧାରକାରୀ ବାହିନୀ ମଧ୍ୟ ପଠାଇଛନ୍ତି। ଚୀନର ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କେନ୍ଦ୍ର ସଂପୃକ୍ତ ଦେଶମାନଙ୍କୁ ସୂଚନା ଦେଇଛି।

ଏହା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଅନ୍ୟ ଦେଶରୁ ଉଦ୍ଧାରକାରୀ ଦଳ ମଧ୍ୟ ନିଖୋଜ ଲୋକଙ୍କୁ ଖୋଜିବାରେ ସାହାଯ୍ୟ କରୁଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ମାଲଦ୍ୱୀପ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସର ସମ୍ପୃକ୍ତ ଦୂତାବାସ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଏକ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ ମଧ୍ୟ ଆରମ୍ଭ କରିଛି।

Get real time updates directly on you device, subscribe now.