CHARIDHAM

Video: ଖ୍ରୀଷ୍ଟିଆନ୍ ଏବଂ ମୁସଲମାନ ଧର୍ମାବଲମ୍ବୀ ବେଶରେ ନଜର ଆସିଲେ ଶ୍ରୀ ଗଣେଶ, ଥାନାରେ ମାମଲା

ମାଲକାନଗିରି: ଆରମ୍ଭ ହେଇଛି ପାର୍ବଣ ୠତୁ ଆଉ ଏହାରି ମଧ୍ୟରେ ଧରା ପୃଷ୍ଟକୁ ଅବତରଣ କରିଛନ୍ତି ଅଗ୍ର ପୂଜ୍ୟ ଗଜାନନ। କିନ୍ତୁ ଉପାନ୍ତ ଜିଲ୍ଲା ମାଲକାନଗିରିରେ ଗଣେଶ ମୂର୍ତ୍ତିକୁ ନେଇ ଥାନାରେ ହୋଇଛି ଅଭିଯୋଗ। ତେବେ କଣ ପାଇଁ ଏହି ଅଭିଯୋଗ ହୋଇଛି ତାହା ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତ କଥା ହେଉଛି ଭାଇଚାରା ବାର୍ତ୍ତା ଦେଇ ଏଠାରେ ଖ୍ରୀଷ୍ଟ ଏବଂ ମୁସଲମାନ ଧର୍ମାବଲମ୍ବି ରୂପରେ ପ୍ରଭୂ ଗଣେଶଙ୍କ ମୁର୍ତ୍ତି ନିର୍ମାଣ ହୋଇଛି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ମାଲକାନଗିରି ସଦର ମହକୁମା ମେଡିକାଲ ଛକରେ ନିର୍ମତ ପ୍ରଭୂ ଗଣେଶଙ୍କ ବାଦ୍ ଦେଇ ନିର୍ମତ ହୋଇଥିବା ଅନ୍ୟ ଦୁଇଟି ମୁର୍ତ୍ତକୁ ନେଇ ବିବାଦ ଆରମ୍ଭ ହୋଇଛି। ଏବେ ଏହି ମାମଲା ଥାନାରେ ପହଞ୍ଚିଛି।