Bollywood: ବଲିଉଡ୍ କଲା ରିଜେକ୍ଟ, ବାଙ୍ଗଲାଦେଶରେ ହେଲେ ସୁପରଷ୍ଟାର; ଫେକ୍ ନାଁରେ କଲେ 100 ଫିଲ୍ମ, ଆଜି ଝିଅ-ପୁତୁରା ତାଙ୍କଠୁ ବି ବଡ଼ ଷ୍ଟାର୍
ବଲିଉଡରେ ଏପରି ଜଣେ ଅଭିନେତା ଅଛନ୍ତି, ଯିଏ ଖଳନାୟକ ସହିତ କମେଡିଆନ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ସେ ଫେକ୍ ନାଁରେ 00 ଫିଲ୍ମ କରିଛନ୍ତି ।
ମୁମ୍ବାଇ: ବଲିଉଡରେ ଏପରି ଜଣେ ଅଭିନେତା ଅଛନ୍ତି, ଯିଏ ଖଳନାୟକ ସହିତ କମେଡିଆନ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। ବିଶେଷ କଥା ହେଉଛି ତାଙ୍କୁ ଉଭୟ ଭୂମିକାରେ ବହୁତ ଭଲପାଇବା ମିଳିଛି। ଆମେ ଯେଉଁ ଅଭିନେତାଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ଚଙ୍କି ପାଣ୍ଡେ।
ଚଙ୍କି ପାଣ୍ଡେ ଆଜି ତାଙ୍କର 63 ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକମାନେ ତାଙ୍କ ଅଭିନୟରେ ଏବେ ବି ଆକର୍ଷିତ। ଚଙ୍କିଙ୍କ ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ସହ ନିଜର ଏକ ଅଲଗା ପରିଚୟ ବନେଇସାରିଛନ୍ତି। ଚଙ୍କି ପାଣ୍ଡେ ବିଷୟରେ ଅନେକ ରହସ୍ୟ ଅଛି ଯାହା ଲୋକମାନେ ଜାଣି ନାହାଁନ୍ତି। ଆପଣ କ’ଣ ଜାଣନ୍ତି ଯେ ସେ ଫେକ୍ ନାମରେ 100 ଟି ଫିଲ୍ମରେ ଅଭିନୟ କରିଥିଲେ? ଯଦି ଜାଣି ନାହାଁନ୍ତି ତେବେ, ଆସନ୍ତୁ ଜାଣିବା ତାଙ୍କ ସେ କାହାଣୀ ବିଷୟରେ ।
ଫେକ୍ ନାମରେ କାମ କରିଥିଲେ
ଚଙ୍କି ପାଣ୍ଡେଙ୍କୁ ବଲିଉଡ ଅପେକ୍ଷା ବାଂଲାଦେଶରେ ଅଧିକ ଭଲପାଇବା ମିଳିଛି। ଲୋକମାନେ ତାଙ୍କୁ ବାଂଲାଦେଶର ଅମିତାଭ ବଚ୍ଚନ ବୋଲି ଡାକୁଥିଲେ। ଚଙ୍କି ପାଣ୍ଡେଙ୍କ ପ୍ରକୃତ ନାମ ସୁୟଶ ପାଣ୍ଡେ। ସେ ଫିଲ୍ମରେ ପ୍ରବେଶ କରିବା ପରେ ନିଜର ନାମ ପରିବର୍ତ୍ତନ କରି ଚଙ୍କି ରଖିଥିଲେ। ସେ ଫିଲ୍ମ “ଆଗ ହି ଆଗ” ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର କିଛି ବଲିଉଡ ଫିଲ୍ମ ହିଟ୍ ହୋଇଥିଲା, କିନ୍ତୁ କିଛି ସମୟ ପରେ ଫିଲ୍ମ ସବୁ ଫ୍ଲପ୍ ହେବା ଆରମ୍ଭ କଲା। ଏହା ପରେ, ସେ ବାଂଲାଦେଶୀ ଫିଲ୍ମ ଆଡକୁ ମୁହାଁଇଲେ ଏବଂ ସେଠାରେ ଫେମଶ ଷ୍ଟାର ବନିଗଲେ।
ବାଂଲାଦେଶରେ ଷ୍ଟାର ହେଲେ
ଯେତେବେଳେ ଚଙ୍କି ପାଣ୍ଡେ ବାଂଲାଦେଶୀ ଫିଲ୍ମରେ ଏଣ୍ଟ୍ରି କଲେ, ସେ ଫିଲ୍ମ ଜଗତରେ ଛାଇଗଲେ। ତାଙ୍କର ଫିଲ୍ମଗୁଡ଼ିକ ଗୋଟିଏ ପରେ ଗୋଟିଏ ହିଟ୍ ହେବାକୁ ଲାଗିଲା । ସେ ‘ସ୍ୱାମୀ କେନୋ ଆସାମି’ ଏବଂ ‘ବେଶ୍ କୋରେଚି ପ୍ରେମ କୋରେଚି’ ଭଳି ହିଟ୍ ବାଂଲାଦେଶୀ ଫିଲ୍ମରେ କାମ କରିଥିଲେ, ଯାହା ତାଙ୍କୁ ବାଂଲାଦେଶରେ ଷ୍ଟାର କରିଥିଲା। ବହୁ ବର୍ଷ ଧରି ବାଂଲାଦେଶୀ ଫିଲ୍ମରେ କାମ କରିବା ପରେ, ଚଙ୍କି ପାଣ୍ଡେ ବଲିଉଡକୁ ଫେରି ଆସିଲେ। ଏବେ ସେ କମେଡି ଫିଲ୍ମରେ ପାର୍ଶ୍ଵ ଭୂମିକାରେ ଦେଖାଯାଆନ୍ତି। ସଦ୍ୟତମ, ସେ ‘ହାଉସଫୁଲ 5’ ଫିଲ୍ମରେ ଦେଖାଦେଇଛନ୍ତି। ଏବେ ସେ ତାଙ୍କର କମେଡି ଦ୍ୱାରା ଲୋକମାନଙ୍କୁ ପ୍ରଭାବିତ କରୁଛନ୍ତି।