fbpx

କଂଗ୍ରେସରେ ଯୋଗ ଦେଲେ ଚୁରୁ ସାଂସଦ ରାହୁଲ କସୱାନ୍

ଜୟପୁର: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ବିଜେପିକୁ ଲାଗିଛି ଆଉ ଏକ ଝଟକା । ରାଜସ୍ଥାନର ଚୁରୁ ସାଂସଦ ଥିବା ରାହୁଲ କସୱାନ୍ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହା କେବଳ ବିଜେପିକୁ ଝଟକା ଦେଇନି ବରଂ କଂଗ୍ରେସର ହାତ ଟାଣ କରିଛି । ରାହୁଲ କସୱାନ୍ ଦୁଇଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ଭିତରେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଯେଉଁ ତାଲିକାରେ ଅନେକ ସାଂସଦଙ୍କର ଟିକେଟ କାଟିଥିଲା ଦଳ । ଯେଉଁମାନଙ୍କ ଟିକେଟ ବିଜେପି କାଟିଛି ସେମାନଙ୍କ ମଧ୍ୟରୁ ଅନେକ ଦଳର ଏହି ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି । କିନ୍ତୁ ରାହୁଲ କସୱାନ୍ ଦଳ ଛାଡିବାକୁ ଉଚିତ ମଣିଥିଲେ ଏବଂ କଂଗ୍ରେସରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.