(Video) ୬ ବର୍ଷ ପରେ ଫେରୁଛି CID: ସାମନାକୁ ଆସିଲା ପ୍ରଥମ ଝଲକ, ପୁଣି ଆସିବେ ଏସିପି-ଦୟା-ଅଭିଜିତ

ମୁମ୍ବାଇ: ଦୀର୍ଘ ୬ ବର୍ଷ ପରେ ପୁଣିଥରେ ଦର୍ଶକଙ୍କ ପାଖକୁ ପେରୁଛି ଲୋକପ୍ରିୟ ଟିଭି ସିରିଏଲ ସିଆଇଡି । ଟେଲିଭିଜନ ଦୁନିଆର ବହୁ ଚର୍ଚ୍ଚିତ ସ୍ପାଇ ଶୋ’ ସିଆଇଡି ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ପ୍ରଶଂସକଙ୍କ ମନରେ ଖୁସି ଭରି ଯାଇଛି । ଏହି ଖୁସିକୁ ଆହୁରି ୨ ଗୁଣିତ କରିଛି ଶୋ’ ତରଫରୁ ଅପଲୋଡ ହୋଇଥିବା ଇନଷ୍ଟାଗ୍ରାମ ପୋଷ୍ଟ । ୨ ଦଶନ୍ଧି ପର୍ଯ୍ୟନ୍ତ ଟେଲିଭିଜନ ଦୁନିଆରେ ଇତିହାସ ସୃଷ୍ଟି କରିଥିଲା ଏହି ଶୋ’ । ବର୍ତ୍ତମାନ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ଫେରିବ ସିଆଇଡି? ଏ ନେଇ ଚାନେଲ ତରଫରୁ ବଡ଼ ଅପଡେଟ୍ ମିଳିଛି ।

ସିଆଇଡି ଶୋ’ର ମେକର୍ସ ପ୍ରଶଂସକଙ୍କୁ ଦିୱାଲି ଗିଫ୍ଟ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସିଆଇଡି କେବେ ଫେରିବ ବୋଲି ଘୋଷଣା କରିଛନ୍ତି ସୋନୀ ଚାନେଲ । କେବେ ଆସିବ ସିଆଇଡିର ପ୍ରଥମ ପ୍ରୋମୋ?
ଆଜି ସିଆଇଡି ଶୋ’ର କମବ୍ୟାକକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛି ସୋନୀ ଟିଭି । ସିଆଇଡିର ନୂଆ ସିଜନର ପ୍ରଥମ ଭିଡିଓ ସେୟାର କରି ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି ଚାନେଲ । ଚାନେଲର ଅଫିସିଆଲ ଇନଷ୍ଟାଗ୍ରାମ ପୋଷ୍ଟରେ ଅପଲୋଡ ହୋଇଥିବା ଏହି ଭିଡିଓରେ ଏସିପି ପ୍ରଦ୍ୟୁମନ(ଶିବାଜୀ ସତମ), ଇନ୍ସପେକ୍ଟର ଅଭିଜିତ(ଆଦିତ୍ୟ ଶ୍ରୀବାସ୍ତବ) ଏବଂ ଇନ୍ସପେକ୍ଟର ଦୟା (ଦୟାନନ୍ଦ ସେଟ୍ଟୀ)ଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି । ଏହି ଶୋ’ର ଏହି ଛୋଟ ଭିଡିଓରେ ସୂଚନା ଦିଆଯାଇଛି ଯେ, ଅକ୍ଟୋବର ୨୬ ତାରିଖରେ ସିଆଇଡି ନୂଆ ସିଜନର ପ୍ରଥମ ପ୍ରୋମୋ ସୋନୀ ଟିଭିରେ ଲଞ୍ଚ୍ କରାଯିବ । ଚାନେଲ ତରଫରୁ ଏହି ଘୋଷଣା ପରେ ଲୋକଙ୍କ ଉତ୍ସାହ ଆହୁରି ବଢିଯାଇଛି ।

ସିଆଇଡିର ପ୍ରତ୍ୟେକଟି ଚରିତ୍ର ଦେଶର ବିଭିନ୍ନ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ପ୍ରତ୍ୟେକ ଏପିସୋଡରେ, ସିଆଇଡି ଏକ ମାମଲାର ରହସ୍ୟ ସମାଧାନ କରେ, ଯାହାକୁ ପ୍ରଶଂସକମାନେ ଦେଖିବାକୁ ଭଲ ପାଆନ୍ତି । ଆଗାମୀ ସିଜନରେ ଏହି ସ୍ପାଇ ଥ୍ରୀଲର ଟିଭି ଶୋ’ରେ ଅଧିକ ସସପେନ୍ସ ଦେଖାଯିବ ବୋଲି ଆଶା କରାଯାଉଛି । ପୂର୍ବ ଭଳି ଆଗାମୀ ସିଜନରେ ମଧ୍ୟ ସିଆଇଡି ପୁଣିଥରେ ଲୋକପ୍ରିୟତା ହାସଲ କରିପାରିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ ।