fbpx

ଦ୍ୱାଦଶ ଶ୍ରେଣୀ ସାଇକୋଲୋଜି ବିଷୟ ପରୀକ୍ଷା ସ୍ଥଗିତ: CISCE ପକ୍ଷରୁ ନୂଆ ତାରିଖ ଘୋଷଣା

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଦ୍ୱାଦଶ ଶ୍ରେଣୀ ସାଇକୋଲୋଜି ବିଷୟ ପରୀକ୍ଷା ସ୍ଥଗିତ କରାଯାଇଛି । ମାର୍ଚ୍ଚ ୨୭ ତାରିଖରେ ଏହି ପରୀକ୍ଷା ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ପ୍ରଶ୍ନପତ୍ର ପ୍ୟାକେଟ୍ ହଜିଯିବା କାରଣରୁ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେଣୁ ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ପରିଷଦ (ସିଆଇଏସସିଇ) ପକ୍ଷରୁ ନୂଆ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଉକ୍ତ ପରୀକ୍ଷା ଏପ୍ରିଲ ୪ ତାରିଖ ଦ୍ୱିପ୍ରହର ୨ଟା ସମୟରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ତାହାକୁ ସ୍ଥଗିତ ରଖାଯାଇଛି ।

ଏନେଇ ବୋର୍ଡ ପକ୍ଷରୁ ଏକ ପବ୍ଲିକ ନୋଟିସ ଜାରି କରାଯାଇଛି । ଗୋଟିଏ ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ଶ୍ରେଣୀର ସାଇକୋଲୋଜି ବିଷୟର ପ୍ରଶ୍ନପତ୍ର ହଜିଯାଇଥିବା ନେଇ ସୂଚନା ମିଳିବା ପରେ ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ସମ୍ବନ୍ଧିତ ସ୍କୁଲର ପ୍ରିନ୍ସପାଲମାନଙ୍କୁ ପରୀକ୍ଷାର ପ୍ରଶ୍ନପତ୍ର ସଂଯୋଜକଙ୍କୁ ଫେରାଇବାକୁ କୁହାଯାଇଛି । ଏପ୍ରିଲ ତାରିଖରେ ପରୀକ୍ଷା କରାଯିବ । ତେଣୁ ପରୀକ୍ଷା ପାଇଁ ପ୍ରଶ୍ନପତ୍ରର ଏକ ସେଟ ଖୁବଶୀଘ୍ର ସମସ୍ତ ସ୍କୁଲର ସଂଯୋଜମାନଙ୍କୁ ପଠାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.