fbpx

ରଙ୍ଗ ଛାଡି କାଦୁଅରେ ହୋଲି ପାଳନ କଲେ ଛାତ୍ରଛାତ୍ରୀ

ଓଡ଼ିଶା ଭାସ୍କର: ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଆର ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି । ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ। କିନ୍ତୁ ଏହି ପର୍ବକୁ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ରାଉରକେଲା ଏନଆଇଟିର ଛାତ୍ରଛାତ୍ରୀ। ରଙ୍ଗର ହୋଲି ଛାଡି ଛାତ୍ରଛାତ୍ରୀମାନେ ‘ମଡ୍ ହୋଲି’ ପାଳନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ପରସ୍ପରକୁ କାଦୁଅ ଲଗାଇ ହୋଲିର ମଜା ଉଠାଇଛନ୍ତି।

ତେବେ ଛୋଟରୁ ବଡ଼ ସମସ୍ତେ ହୋଲିରେ ଏକ ହୋଇ କାଦୁଆରେ ହୋଲି ଖେଳିଥିଲେ। NIT ରେ ପାଠ ପଢୁଥିବା ହଜାର ହଜାର ପିଲା ମାନେ ଆଜି ହୋଲି ଖେଳିଥିଲେ। ରାଜ୍ୟ, ଦେଶ ଓ ବିଦେଶର ବହୁ ଛାତ୍ର ଛାତ୍ରୀ ଆଜି କୂତ୍ରିମ କାଦୁଆ ପୋଖରୀ କରି ସେଥିରେ ହୋଲି ଖେଳିଥିଲେ। NITରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଘର ବହୁ ଦୂରରେ ଥିଲେ ମଧ୍ୟ ସେମାନେ ଘରକୁ ନଯାଇ ଏଠି କାଦୁଅରେ ହୋଲି ଖେଳି ବହୁତ ଖୁସିଅଛନ୍ତି। ତେବେ ରଙ୍ଗ, ଅବିରକୁ ଛାଡ଼ି ପ୍ରଥମ ଥର ପାଇଁ କାଦୁଆରେ ହୋଲି ଖେଳିଛନ୍ତି ଛାତ୍ରଛାତ୍ରୀ। ଏହି ମାଟିର ହୋଲି ଖେଳକୁ ଛାତ୍ରଛାତ୍ରୀମାନେ ଖୁବ୍ ମନଭରି ଉପଭୋଗ କରିଛନ୍ତି।

Get real time updates directly on you device, subscribe now.