fbpx

(Video) ସୁନ୍ଦରବନ ନଦୀ ପାର କରିବା ପାଇଁ ଏପରି ଲମ୍ଫ ମାରିଲା ବାଘ, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର: ବାଘକୁ ସବୁଠାରୁ ଶକ୍ତିଶାଳୀ ପଶୁ ବୋଲି କୁହାଯାଏ । ବାଘ ଶିକାର ପାଇଁ ଲମ୍ବା ଲମ୍ବା ଲମ୍ଫ ମାରିଥାଏ । ଏଭଳି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ବାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଆଇଆରଏସ ଅଧିକାରୀ ଅନନ୍ତ ରୂପାନାଗୁଡ଼ୀ ସେୟାର କରିଛନ୍ତି । ଭିଡିଓରେ ଟାଇଗରର ଏହି ଲମ୍ଫ ଦେଖି ଆପଣ ଅଶ୍ଚର୍ଯ୍ୟ ହୋଇଯିବେ । ଲୋକେ ଏହି ଭିଡିଓକୁ ବହୁମାତ୍ରାରେ ଲାଇକ କରିଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ, ସୁନ୍ଦରବନର ଏକ ବାଘ ଠିଆ ହୋଇ ୨୦ ଫୁଟ ଲମ୍ବ ଲମ୍ଫ ମାରିଛି । ଭିଡିଓକୁ ସେୟାର କରି ଆଆରଏସ ଅଧିକାରୀ ଅନନ୍ତ ରୂପାନାଗୁଡ଼ୀ ଲେଖିଛନ୍ତି ଯେ, ସୁନ୍ଦରବନର ଭିଡିଓ । ବାୟୁରେ ରହିବା ସ୍ଥିତିରୁ ୨୦ ଫୁଟରୁ ଅଧିକ ଲମ୍ଫ । ଏହି ଭିଡିଓକୁ @Ananth_IRAS ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ତେବେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୪ ହଜାରରୁ ଅଧିକ ଲୋକେ ଦେଖିସାରିଛନ୍ତି । ସେହିଭଳି ଅନେକ ୟୁଜର୍ସ ଏହା ଉପରେ ନିଜ ରିଆକ୍ସନ ଦେଇଛନ୍ତି । ଆଇଆରଏସ ଅଧିକାରୀ ଏହି ଭିଡିଓର କ୍ରେଡିଟ Harshal Mavlankar ଙ୍କୁ ଦେଇଛନ୍ତି । ଲୋକେ ଏହି ଭିଡିଓକୁ ଅନେକ ମାତ୍ରାରେ ସେୟାର ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.