fbpx

ବେଙ୍ଗାଲୁରୁରେ ଜଳ ପାଇଁ ହାହାକାର, ଶେଷରେ Work From Home ର ବଢିଲା ଡିମାଣ୍ଡ

ବେଙ୍ଗାଲୁରୁ: ବର୍ତ୍ତମାନ ବେଙ୍ଗାଲୁରୁରେ ଜଳ ସମସ୍ୟା ବହୁ ପରିମାଣରେ ବଢିଯାଇଛି । ଏଠାରେ ପାଣିର ସମସ୍ୟା ବଢିବାରେ ଲାଗିଛି ଏବଂ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଠାରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, କର୍ଣ୍ଣାଟକ ସରକାର ସୂଚନା ଜାରି କରିଛନ୍ତି ଯେ, ବର୍ତ୍ତମାନ ବେଙ୍ଗାଲୁରୁରେ ପ୍ରତିଦିନ ୫୦୦ ମିଲିୟନ ଲିଟର ପାଣି ନିଅଣ୍ଟ ହେଉଛି। ସେହିଭଳି କିଛି ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ସହରରେ ୨,୬୦୦ ଏମଏଲଡିର ଆବଶ୍ୟକତା ରହିଛି । ପାଣିର ଅସୁବିଧା ସମ୍ମୁଖୀନ ହେଉଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଜଳ ବିଶେଷଜ୍ଞ ଏବଂ ଆଇନ ବିଶେଷଜ୍ଞ ଅସ୍ଥାୟୀ ଆଦାରରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ କାମ ଅର୍ଥାତ ୱାର୍କ ଫର୍ମ ହୋମ କରିବାକୁ କହିଛନ୍ତି ।

ବେଙ୍ଗାଲୁରୁରେ ଜଳ ସଙ୍କଟକୁ ଦେଖି ଆଇଟି କମ୍ପାନୀମାନେ ଘରେ କାମ କରିବାକୁ ଦାବି କରୁଛନ୍ତି । ଜଳ ସଙ୍କଟର ଏହି ସମସ୍ୟା ଅସ୍ଥାୟୀ ଭାବେ ସମାଧାନ ପାଇଁ ଯୁକ୍ତି କରାଯାଇଛି ଯେ, କମ ଜନସଂଖ୍ୟାରେ ପ୍ରତି ଘରେ ସୁବିଧା ଯୋଗାଇବାର ପ୍ରେସର କମ ହୋଇଯିବ ଏବଂ ଅନ୍ୟ ରାଜ୍ୟରୁ ଏଠାକୁ ଆସି ଚାକିରି କରୁଥିବା କର୍ମଚାରୀମାନେ ମଧ୍ୟ ହୋମଟାଉନରେ କାମ କରିବା ଲାଗି କମ୍ପାନୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ପାଣି ସମସ୍ୟା ବଢିବାକୁ ଦୃଷ୍ଟିରେ ରଖି ଲୋକେ ନିଜ-ନିଜ ଘରକୁ ଯାଇ ସେଠାରେ କାମ କରିବାକୁ ଅନୁମତି ମାଗିଛନ୍ତି । ସବୁ ସମୟରେ ପାଣି ନ ହେବା କାରଣରୁ କର୍ମଚାରୀମାନଙ୍କୁ ନ ଗାଧେଇ ଅଫିସ ଯିବାକୁ ପଡୁଛି ।

କର୍ଣ୍ଣାଟକ ଏବଂ ଆସାମର ଉଚ୍ଚ ନ୍ୟାୟାଳୟର ପୂର୍ବତନ ଜଜ ଶ୍ରୀଧର ରାଓ ମଧ୍ୟ କର୍ମଚାରୀମାନଙ୍କୁ ୱାର୍କ ଫର୍ମ ହୋମ ଦେବାକୁ ଏବଂ ହୋମଟାଉନରୁ କାମ କରିବାକୁ ଦାବି କରିବାର ସମର୍ଥନ କରିଛି । ସେ ଏକ ଇଭେଣ୍ଟରେ ପାଖାପାଖି ୧୫ ଲକ୍ଷ ଆଇଟି କମ୍ପାନୀମାନଙ୍କୁ ଘରେ କାମ କରିବା ପାଇଁ କୁହାଯାଇଛି । ତାଙ୍କ କହିବାନୁଯାୟୀ, ଯଦି ଆଇଟି କମ୍ପାନୀମାନେ ଘରେ କାମ କରିବାକୁ ଅନୁମତି ଦିଅନ୍ତି ତେବେ ୧୦ ଲକ୍ଷରୁ ଅଧିକ କର୍ମଚାରୀ ନିଜ ଘରକୁ ଫେରିଯିବେ । ଏଥିରେ ବେଙ୍ଗାଲୁରୁରେ ଜଳ ସମସ୍ୟା ମଦ୍ୟ କମିଯିବ । ୨୦୦୩ ଏବଂ ୨୦୦୪ ମସିହାରେ ମଧ୍ୟ ଏପରି ପାଣି ସମସ୍ୟା ଦେଖିବାକୁ ମିଳିଥିଲା । ହେଲେ ସେତେବେଳେ ଜନସଂଖ୍ୟା କମ ଯୋଗୁଁ ଲୋକଙ୍କ ଉପରେ ଏତେ ମାତ୍ରାରେ ପ୍ରଭାବ ପଡିନଥିଲା । ଏହା ବ୍ୟତୀତ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ସେ ପୋଖରୀରେ ଗାଡ କରିବା ଯେପରି ପାଣି ସମସ୍ୟା ପରିଲକ୍ଷିତ ହେବ ନାହିଁ ।

Get real time updates directly on you device, subscribe now.