CISF Constable Recruitment 2025: ଦଶମ ପାସ୍ କରିଥିଲେ ମିଳିବ ସରକାରୀ ଚାକିରି, ଆଜିଠୁ ଆବେଦନ ଆରମ୍ଭ
CISFରେ ନିଯୁକ୍ତି ସୁଯୋଗ । ଏହି ଦିନ ରହିଛି ଶେଷ ତାରିଖ ।
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ (CISF) କନଷ୍ଟେବଲ ଏବଂ ଟ୍ରେଡସମ୍ୟାନ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ।
ଏହି ପଦବୀ ପାଇଁ ଆବେଦନ ମାର୍ଚ୍ଚ ୫ ରୁ ଆରମ୍ଭ ହୋଇଛି ଏବଂ ଆବେଦନର ଶେଷ ତାରିଖ ଏପ୍ରିଲ ୩ ରହିଛି । ଆଗ୍ରହୀ ପ୍ରାର୍ଥୀମାନେ cisfrectt.cisf.gov.in କୁ ଯାଇ ପଞ୍ଜୀକରଣ କରିପାରିବେ । CISF ନିଯୁକ୍ତି ଅଭିଯାନରେ 1,161ଟି ଖାଲି ପଦବୀ ପୂରଣ କରିବାର ଲକ୍ଷ୍ୟ ରଖାଯାଇଛି । CISF କନେଷ୍ଟବଳ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ, ପ୍ରାର୍ଥୀମାନେ ଦଶମ ଶ୍ରେଣୀ କିମ୍ବା ମାନ୍ୟତାପ୍ରାପ୍ତ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ ।
ବୟସସୀମା- ଦଶମ ପାସ୍ ପ୍ରାର୍ଥୀ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହା ସହିତ, ପ୍ରାର୍ଥୀମାନଙ୍କର ସମ୍ପୃକ୍ତ ଟ୍ରେଡରେ ITI ପ୍ରମାଣପତ୍ର ଥିବା ଆବଶ୍ୟକ । ଏହି ନିଯୁକ୍ତି ପାଇଁ ୧୮ ରୁ ୨୩ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରିପାରିବେ । ସେହିପରି ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ପ୍ରାର୍ଥୀମାନଙ୍କୁ କିଛି ଛାଡ଼ ଦିଆଯିବ ।
ଆବେଦନ ଫିସ୍ କେତେ- ଏହି ପଦବୀ ପାଇଁ ଆବେଦନ କରୁଥିବା ଜେନେରାଲ, ଓବିସି ଏବଂ ଇଡବ୍ଲୁଏସ୍ ପ୍ରାର୍ଥୀମାନଙ୍କୁ 100 ଟଙ୍କା ଦେବାକୁ ପଡିବ । ସେହିପରି, ଏସସି, ଏସଟି ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଫି ଦେବାକୁ ପଡିବ ନାହିଁ । ଆବେଦନ ଫି ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ କିମ୍ବା UPI ମାଧ୍ୟମରେ ପୈଠ କରାଯାଇପାରିବ ।