fbpx

‘ମୋତେ ୫୦୦ ଟଙ୍କା ପଠାଅ..’, ନିଜକୁ ସିଜେଇଆଇ କହି ଟଙ୍କା ମାଗୁଥିଲା ଠକ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଭାରତର ସୁପ୍ରିମକୋର୍ଟ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିର୍ଦ୍ଦେଶରେ ଏକ ସାଇବର ଅପରାଧର ଅଭିଯୋଗ ଦାଖଲ କରିଛନ୍ତି। ଯେଉଁଥିରେ ଏକ ସାଇବର ଠକ ନିଜକୁ ସିଜେଆଇ ଚନ୍ଦ୍ରଚୂଡ଼ କହି କ୍ୟାବ ବୁକ କରିବା ପାଇଁ ୫୦୦ ଟଙ୍କ ମାଗିଛି। ପୋଲିସ ଏହି ପୂରା ମାମଲାର ତଦନ୍ତ ଚଳାଇଛନ୍ତି।

ଏକ୍ସରେ ପୋଷ୍ଟ ସ୍କ୍ରିନସର୍ଟ ଅନୁସାରେ, ଭାରତର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ବୋଲି ଦାବି କରିଥିବା ବ୍ୟକ୍ତି କନାଟ ପ୍ଲେସ(ସିପି)ରେ ଫସିଥିଲେ। ‘ନମସ୍କାର ମୁଁ ସିଜେଆଇ ଏବଂ କଲେଜିୟମର ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି ଏବଂ କନାଟ ପ୍ଲେସରେ ଫସିଯାଇଛି, ଆପଣ ମୋତେ ୫୦୦ ଟଙ୍କା ପଠାଇପାରିବେ କି?’

ସେଥିରେ ଆହୁରି ଲେଖାଯାଇଛି ଯେ, ମୁଁ କୋର୍ଟରେ ପହଞ୍ଚିବା ପରେ ଟଙ୍କା ଫେରାଇ ଦେବି। ବର୍ତ୍ତମାନ ସୁପ୍ରିମକୋର୍ଟ ଭାଇରାଲ ପୋଷ୍ଟକୁ ଦୃଷ୍ଟିରେ ରଖି ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ଉପରେ ସାଇବର ଠକେଇର ଅଭିଯୋଗ ଦାଖଲ କରିଛନ୍ତି। ସାଇବର ଠକେଇର ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଅପରାଧୀଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଡିଜିଟାଲ ଟେକନିକର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି।

Get real time updates directly on you device, subscribe now.