fbpx

ଏବେ ବି ଭାରତରେ ଗଣତନ୍ତ୍ର ଅପୂର୍ଣ୍ଣ ଅଟେ, ଏପରି କାହିଁକି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି ଗଣତନ୍ତ୍ରରେ ସମସ୍ତ ନାଗରିକଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ଲାଗି ସରକାର ସମାଜର ଦୂର୍ବଳ ଶ୍ରେଣୀଙ୍କ ପକ୍ଷ ନେବା ଉଚିତ ଯେଉଁମାନଙ୍କ ସଂଖ୍ୟା ବହୁତ କମ୍ । ମୁଖ୍ୟ ବିଚାରପତି ଆହୁରି କହିଛନ୍ତି ଗଣତନ୍ତ୍ରରେ ଲୋକଙ୍କ ଆକାଂକ୍ଷା ପୂରଣ କରିବା ଲାଗି ଅଲଗା ଅଲଗା ରାୟ ଓ ଭିନ୍ନ ଭିନ୍ନ ସାମାଜିକ ସଂଗଠନ ମଧ୍ୟରେ ନିରନ୍ତର ଆଲୋଚନା ଜାରି ରହିବା ଉଚିତ । ସେ କହିଛନ୍ତି ଗଣତନ୍ତ୍ରର ସୁନ୍ଦରତା ଏହାର ନୈତିକ ଭାବନା ମଧ୍ୟରେ ରହିଛି । ଗଣତନ୍ତ୍ରରେ ବହୁମତର ନିଜର ରାସ୍ତା ରହିଛି କିନ୍ତୁ ଅଳ୍ପସଂଖ୍ୟକଙ୍କୁ ବି ସେମାନଙ୍କ ମତ ରଖିବାର ଅଧିକାର ମିଳିବା ଉଚିତ । କାରଣ ଗଣତନ୍ତ୍ରରେ ସମସ୍ତଙ୍କର ସମାନ ଓ ସ୍ୱତନ୍ତ୍ର ଅଧିକାର ରହିଛି ।

ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ ଡେରାଡୁନର ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ଜଷ୍ଟିସ୍ କେଶବ ଚନ୍ଦ୍ର ଧୂଲିଆ ମେମୋରିଆଲ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ କହିଛନ୍ତି, ଭାରତରେ ଗଣତନ୍ତ୍ର ଏବେ ବି ଅପୂର୍ଣ୍ଣ ଅଟେ । କିନ୍ତୁ ଏଥିରେ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ବନ୍ଧୁତ୍ୱ ପରି ବିଚାରଧାରା ବଜାୟ ରହିଛି । ସେ କହିଛନ୍ତି ସହଭାଗୀ ଗଣତନ୍ତ୍ରରେ ଏପରି ଏକ ଗଣତନ୍ତ୍ର ସାମିଲ ରହିଛି ଯାହା ବିଚାର ଆଲୋଚନାକୁ ପ୍ରୋତ୍ସାହନ ଦେଇଥାଏ । ଯଦି କୌଣସି ଗଣତନ୍ତ୍ର ନିଜର ସମସ୍ତ ନାଗରିକଙ୍କ ଆବଶ୍ୟକତା ପୁରଣ ଦିଗରେ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିପାରେ ନାହିଁ ତେବେ ଏହା ନିଶ୍ଚୟ ପଛରେ ପଡିଯିବ ।

Get real time updates directly on you device, subscribe now.