ଚିଫ ଜଷ୍ଟିସ ଅଫ ଇଣ୍ଡିଆଙ୍କ ବଡ ନିଷ୍ପତ୍ତି, ଯାହା ଆଗାମୀ ଦିନରେ ନ୍ୟାୟିକ ବ୍ୟବସ୍ଥା ପାଇଁ ହୋଇଛି ମାଇଲଖୁଣ୍ଟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ପଦରୁ ଆସନ୍ତା ୧୦ ତାରିଖରେ ଅବସର ନେବେ ଡି ୱାଇ ଚନ୍ଦ୍ରଚୂଡ । ସେ ୨୦୨୨ ନଭେମ୍ବର ୯ ତାରିଖରେ ସିଜେଆଇ ଭାବେ ଦାୟିତ୍ୱ ନେବା ପରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଐତିହାସିକ ରାୟ ଦେଇଛନ୍ତି । ତାଙ୍କ ଦ୍ୱାରା ଦିଆଯାଇଥିବା ରାୟ ଆଗାମୀ ଦଶନ୍ଧି ଦଶନ୍ଧି ଧରି ନ୍ୟାୟିକ ବ୍ୟବସ୍ଥାରେ ମାଇଲ ଷ୍ଟୋନ ହୋଇ ରହିବ । ସେ ତାଙ୍କ ରାୟ ପାଇଁ ଆଗାମୀ ଆଇନ ବ୍ୟବସ୍ଥାରେ ସ୍ମରଣୀୟ ହୋଇ ରହିଥିବେ । ତାଙ୍କ ଦ୍ୱାରା ହୋଇଥିବା ଶୁଣାଣି ମଧ୍ୟରେ ବହୁ ମାମଲା ରହିଛି ।

ସିଜେଆଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଧାରା ୩୭୦କୁ ଅବୈଧ ଘୋଷଣା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଐତିହାସିକ ପଦକ୍ଷେପ ନେଇଥିଲେ । ଫଳରେ ୩୭୦ ଉଠିବାର ପ୍ରାୟ ୧୦ ବର୍ଷ ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା ।

ସେହିପରି ଦେଶରେ ସମଲିଙ୍ଗୀ ବିବାହକୁ ନେଇ ଲାଗି ରହିଥିବା ବିବାଦରେ ମଧ୍ୟ ଏକ ଯୁଗାନ୍ତକାରୀ ରାୟ ଦେଇଥିଲେ ସିଜେଆଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ । ବିବାହକୁ ଏକ ମୌଳିକ ଅଧିକାର ଶ୍ରେଣୀରେ ନେଇ ନ ଥିଲେ ଜଷ୍ଟିସ ଚନ୍ଦ୍ରଚୂଡ । ତାଙ୍କ ରାୟରେ ସେ କହିଥିଲେ, ବିବାହ କୌଣସି ମୌଳିକ ଅଧିକାର ନୁହେଁ । ଏହା ଉପରେ ଆଇନ ପ୍ରଣୟନ ସଂସଦର କାମ ।

ନିର୍ବାଚନ ବଣ୍ଡ ଯୋଜନାକୁ ଖଣ୍ଡନ କରି ମତଦାତାଙ୍କୁ ରାଜନୈତିକ ଦଳଗୁଡିକର ଆର୍ଥିକ ସ୍ଥିତି ବିଷୟରେ ଜାଣିବାର ଅଧିକାର ଥିବା କହି ସମସ୍ତ ଦଳ ନିର୍ବାଚନ ବଣ୍ଡ ଇସିଆଇଙ୍କ ନିକଟରେ ଦାଖଲ କରିବା ଓ ସେସବୁ ସାର୍ବଜନୀନ କରିବାକୁ ରାୟ ଦେଇଥିଲେ ।

ସିଜେଆଇ ଜେଲ ସଂସ୍କାରରେ ମଧ୍ୟ ଆଣିଛନ୍ତି ପରିବର୍ତ୍ତନ । ଜେଲରେ ନିମ୍ନ ଜାତିର ଲୋକଙ୍କ ଦ୍ୱାରା ହେଉଥିବା ମଇଳା ସଫା ଓ ପରିଷ୍କାର ପରିଚ୍ଛନତାକୁ ଅବୈଧ ଘୋଷଣା କରିଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ । ଏଥିସହ କଏଦୀଙ୍କ ଜାତି ପ୍ରମାଣପତ୍ର କଲମକୁ ଉଠାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ନାଗରିକତା ଅଧିନିୟମ୧୯୫୫ର ଧାରା ୬ ଏର ବୈଧତା କାଏମ ରଖିଛନ୍ତି ସିଜେଆଇ । ୧୯୬୬ରୁ ମାର୍ଚ୍ଚ ୧୯୭୧ ମଧ୍ୟରେ ଆସାମରେ ରହିଆସୁଥିବା ପ୍ରବାସୀଙ୍କୁ ନାଗରିକାତ ପ୍ରଦାନ କରିଛନ୍ତି ।