fbpx

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୨ ମୃତ, ୨ ଗୁରୁତର

ପୋଲସରା: ପାରିବାରିକ ବିବାଦରେ ୨ ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷ ଲାଗିବା ଖବର ସାମ୍ନାକୁ ଆସିଛି । ଏହି ସଂଘର୍ଷରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ପୋଲସରା ଠାରେ ଦୁଇ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ମାରପିଟ୍ ହୋଇ ଗୋଟିଏ ପରିବାରର ଦୁଇ ସଂପର୍କୀୟଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ସଂପର୍କରେ ଶଳା ଓ ଭିଣୋଇ ବୋଲି ସୂଚନା ମିଳିଛି । ଏଥିରେ ୪ଜଣ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାଟି କବିସୂର୍ଯ୍ୟନଗରର ପଙ୍କଳବାଡ଼ି ଗାଁରେ ଘଟିଛି ।

Get real time updates directly on you device, subscribe now.