ଭୋପାଲ- ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ମଙ୍ଗଳବାର ହଠାତ୍ ହିଂସା ଦେଖାଦେଇଛି । ଖଣ୍ଡା ବୁଲିବା ସହ ପଥର ମାଡର ଘଟଣା ଦେଖିବାକୁ ମିଳିଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । ତଥାପି ସେଠାରେ ପୋଲିସ ମୁତୟନ ରହିଛି ଆଗକୁ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ।
ସୂଚନା ମୁତାବକ, ଜହାଂଗୀରବାଦ ଅଞ୍ଚଳରେ ଦୁଇ ଆଗରୁ ମୁସଲମାନ ଓ ଶିଖ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା । ପୈଜ ନାମକ ମୁସଲମାନ ଯୁବକ ଦ୍ରୁତ ବାଇକ ଚଳାଇ ସରଦାରଙ୍କ ଗଳିରେ ଯାଉଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ଯୁବକଙ୍କୁ ଅଟକାଇ ଥିଲେ । ଏହାକୁ ନେଇ ଫୈଜ ଏକ ଛୁରୀ ବାହାର କରି ସରଦାରଙ୍କୁ ଆକ୍ରମଣ କରିଥିଲା । ମାମଲାକୁ ନେଇ ଥାନାରେ ଏତଲା ହେବା ସହ ଫୈଜ ଗିରଫ ହୋଇ ଜେଲରେ ।
ଏହା ପରେ ହଠାତ୍ ମଙ୍ଗଳବାର ସକାଳୁ କିଛି ଶିଖ ସମ୍ପ୍ରଦାୟର ଲୋକ ଏକାଠି ହୋଇ ମାଇକଲ ନାମକ ମୁସଲମାନ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ଗୁରୁଦ୍ୱାରରେ ଏକାଠି ହୋଇଥିଲେ ଶିଖ ଲୋକମାନେ । କିନ୍ତୁ କିଛି ସମୟ ପରେ ମୁସଲମାନ ସମୂହ ଶିଖଙ୍କ ଉପରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ ।
ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସିସିଟିଭ ଯାଞ୍ଚ କରି ଖଣ୍ଡା ବୁଲାଉଥିବା ଓ ପଥର ମାଡ କରିଥିବା ଲୋକଙ୍କୁ ଚିହ୍ନଟ କରିବାରେ ଲାଗିଛି ।