‘ଗୋଟିଏ ବୋର୍ଡରେ ଚାଲିବ ପ୍ରଥମରୁ ଦ୍ୱାଦଶ’, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା
ଏଣିକି ଗୋଟିଏ ବୋର୍ଡରେ ଚାଲିବ ପ୍ରଥମରୁ ଦ୍ୱାଦଶ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ସ୍କୁଲ ପାଇଁ ପାଠ୍ୟ ଖସଡ଼ା-୨୦୨୫ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଢିବା, ଗଢିବା ଓଡ଼ିଶା ଅଭିଯାନର ହେଲା ଶୁଭାରମ୍ଭ। ସେପ୍ଟେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ଯାଏଁ ଏହି ଅଭିଯାନ ଚାଲିବ। ପିଲାଙ୍କୁ ମାତୃଭାଷାରେ ଦକ୍ଷ କରିବା ଏହାର ଲକ୍ଷ୍ୟ।
‘ଗୋଟିଏ ବୋର୍ଡରେ ଚାଲିବ ପ୍ରଥମରୁ ଦ୍ୱାଦଶ’: ଏଣିକି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଗୋଟିଏ ବୋର୍ଡରେ ଚାଲିବ। ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି।
ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶି ଗୋଟିଏ ବୋର୍ଡ ହେବ। ଛାତ୍ର ଓ ଶିକ୍ଷକଙ୍କର ଯାହା ସମସ୍ୟା ଥିବ ତାକୁ ସମାଧାନ କରିବ ଏହି ବୋର୍ଡ।