fbpx

ଭରି ନିଅନ୍ତୁ ଚାଲାଣ, ନଚେତ୍ Blacklist ହୋଇଯିବ ଆପଣଙ୍କ ଗାଡ଼ି! ହାତରେ ମାତ୍ର ଏତିକି ଦିନ ବାକି

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ସମୟରେ ଟ୍ରାଫିକ ନିୟମ ଭାଙ୍ଗିଲେ ପୋଲିସ ଚାଲାଣ କାଟନ୍ତି । ତେବେ ଯଦି ଆପଣଙ୍କ ନାଁରେ ମଧ୍ୟ ଏପରି ଚାଲାଣ ରହିଛି, ତେବେ ଏହାକୁ ଯଥାଶୀଘ୍ର ଭରି ନିଅନ୍ତୁ । କାରଣ ଚାଲାଣ ଦେବାରେ ବିଳମ୍ବ କଲେ ଏହା ଆପଣଙ୍କ ଉପରେ ମହଙ୍ଗା ପଡ଼ିପାରେ । ଅନେକ ଲୋକଙ୍କ ନାମରେ ଚାଲାଣ ରହିଥିଲେ ମଧ୍ୟ ସେମାନେ ଏହାକୁ ବିଳମ୍ବରେ ଦେବାକୁ ଚିନ୍ତା କରିଥାନ୍ତି । କିନ୍ତୁ ଏହି ଛୋଟ ଭୁଲ ଯୋଗୁଁ ଆପଣଙ୍କ ଗାଡ଼ି ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏଥିପାଇଁ ଆପଣଙ୍କ ଗାଡ଼ି ବ୍ଲାକଲିଷ୍ଟ ହୋଇପାରେ ।

ବର୍ତ୍ତମାନ ରାସ୍ତାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଟ୍ରାଫିକ ନିୟମ ଭାଙ୍ଗୁଥିବା ସମସ୍ତ ଚାଳକଙ୍କ ଉପରେ ନଜର ରଖିଛି ଉପରବାଲା, ଫଳରେ ଟ୍ରାଫିକ କର୍ମଚାରୀଙ୍କ ବିନା ଅନଲାଇନ୍ ଆପଣଙ୍କ ଚାଲାଣ କଟାଯାଉଛି । ତେବେ ଏହି ଚାଲାଣ ଦେବାରେ ବିଳମ୍ବ ହେଲେ, ଗାଡ଼ି ବ୍ଲାକଲିଷ୍ଟ କରାଯାଇପାରେ । ଉଚିତ ସମୟରେ ଗାଡ଼ିର ଚାଲାଣ ଭରୁ ନଥିବା ଚାଳକମାନଙ୍କ ଉପରେ ଆରଟିଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଏହି ମାମଲାରେ ଆରଟିଓ ପକ୍ଷରୁ ସମ୍ପୃକ୍ତ ଗାଡ଼ିକୁ ବ୍ଲାକଲିଷ୍ଟ କରି ଦିଆଯାଏ । ସର୍ବାଧିକ ୯୦ ଦିନ ମଧ୍ୟରେ ୫ରୁ ଅଧିକ ଚାଲାଣ ହୋଇଯାଏ ଏବଂ ଚାଳକ ଏହି ଚାଲାଣ ପ୍ରଦାନ କରନ୍ତି ନାହିଁ, ତେବେ ଡିପାର୍ଟମେଣ୍ଟ ଏହି ଗାଡ଼ିକୁ ବ୍ଲାକଲିଷ୍ଟ କରି ଦେଇଥାଏ । ଦିଲ୍ଲୀ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟରେ ଗତବର୍ଷ ଏ ନେଇ ସ୍ପଷ୍ଟ ହୋଇଛି ।

ତେବେ କୌଣସି ଗାଡ଼ିକୁ ବ୍ଲାକଲିଷ୍ଟ କରିବା ପୂର୍ବରୁ ଗାଡ଼ିର ମାଲିକଙ୍କୁ ୧୦ ଦିନର ନୋଟିସ ଦିଆଯାଇଥାଏ । ଏହି ୧୦ ଦିନ ମଧ୍ୟରେ ଚାଲାଣ ଡିପୋଜିଟ୍ ହୋଇଗଲେ, ଗାଡ଼ି ବ୍ଲାକଲିଷ୍ଟ କରାଯିବ ନାହିଁ । ନଚେତ୍ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଏହି ଗାଡ଼ିକୁ ବ୍ଲାକଲିଷ୍ଟ କରି ଦେଇଥାଏ । ତେବେ ଗାଡ଼ି ଥରେ ବ୍ଲାକଲିଷ୍ଟ ହେଲେ, ଏହାକୁ ବଞ୍ଚାଇବା କିମ୍ବା ଏହାର ଇନ୍ସୁରାନ୍ସ କରିପାରିବେ ନାହିଁ । ଏହାବ୍ୟତୀତ ଚ।।ଳକଙ୍କୁ ପିୟୁସି ସାର୍ଟିଫିକେଟ ମଧ୍ୟ ମିଳିପାରିବ ନାହିଁ ।

ସୂଚନା ଅନୁସାରେ, ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଲୋକ ଅଦାଲତ ଅନୁଷ୍ଠିତ ହେବ । ଯଦି ଆପଣଙ୍କ ନାମରେ ମଧ୍ୟ ଏଭଳି କୌଣସି ଚାଲାଣ ରହିଛଇ, ତେବେ ଏହି ଦିନ ମଧ୍ୟରେ ଚାଲାଣ ଭରିନିଅନ୍ତୁ । ଲୋକ ଅଦାଲତରେ କମ୍ ଟଙ୍କାରେ ଆପଣଙ୍କ ଚାଲାଣ କ୍ଲିୟର ହୋଇପାରେ ।

Get real time updates directly on you device, subscribe now.