fbpx

ବୈଜ୍ଞାନିକ ଅଧ୍ୟୟନରୁ ଆସିଲା ଭୟଭୀତ କରିଦେବା ଭଳି ଖବର: ଧୀରେ ଧୀରେ ଛୋଟ ହେଉଛି ମଣିଷର ମୁଣ୍ଡର ଆକାର

Advertisement

ନୂଆଦିଲ୍ଲୀ:ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ମୁଣ୍ଡରେ ହାତ ଦେବାକୁ ବାଧ୍ୟ କରିବ । ଏହି ଖବରଟି ହେଉଛି ମଣିଷର ମସ୍ତିଷ୍କ ଲଗାତର ସଂକୁଚିତ ହେବାରେ ଲାଗିଛି । ଅର୍ଥାତ୍ ମଣିଷର ମୁଣ୍ଡର ଆକାର ଧୀରେ ଧୀରେ ଛୋଟ ହେଉଛି । ଏହାର କାରଣ କଣ ରହିଛି ଜାଣନ୍ତି । ଜଳବାୟୁ ପରିବର୍ତ୍ତନ ଲାଗି ଏପରି ଘଟୁଛି ବୋଲି କୁହାଯାଉଛି । ଜଳବାୟୁ ଯେତେ ଯେତେ ପରିବର୍ତ୍ତନ ହୋଇ ଚାଲିବ ସେତେ ସେତେ ମଣିଷର ମସ୍ତିଷ୍କ ଛୋଟ ହୋଇଯିବ । ଏକ ନୂତନ ବୈଜ୍ଞାନିକ ଅଧ୍ୟୟନରୁ ଏଭଳି ଭୟଭୀତ କରିଦେବା ଭଳି ଖବର ସାମ୍ନାକୁ ଆସିଛି ।  ମାନବ ନିକଟରେ ଜଳବାୟୁ ପରିବର୍ତ୍ତନ ଓ ଏହା ସହିତ ବଦଳୁଥିବା ମାନବ ଶରୀରର ୫୦ ହଜାର ବର୍ଷ ପୁରୁଣା ରେକର୍ଡ ରହିଛି । କାଲିଫର୍ଣ୍ଣିଆ ସ୍ଥିତ ନେଚୁରାଲ୍ ହିଷ୍ଟ୍ରୀ ମ୍ୟୁଜିୟମର ବୈଜ୍ଞାନିକ ଜେଫ୍ ମୋର୍ଗାନ ଷ୍ଟିଭଲ୍ ଏହି ଅଧ୍ୟୟନ କରିଛନ୍ତି କି କିପରି ମଣିଷ ବଦଳୁଥିବା ଜଳବାୟୁରେ ନିଜକୁ ଖାପ ଖୁଆଉଛି । ମଣିଷର ମସ୍ତିଷ୍କ ଏହାକୁ କିପରି ସାମ୍ନା କରୁଛି ।

ଷ୍ଟିଭଲ୍ ନିଜର ଏକ ଅଧ୍ୟୟନ ପେପରରେ ଲେଖିଛନ୍ତି ଯେଉଁପରି ଭାବରେ ଏବେ ସାରା ବିଶ୍ୱରେ ପାଣିପାଗ ବଦଳିବାରେ ଲାଗିଛି, ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ଏପରି ସ୍ଥିତିରେ ମଣିଷର ମସ୍ତିଷ୍କ ଉପରେ ପଡୁଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବୁଝିିବା ଏତେ ସହଜ ନୁହେଁ । କିନ୍ତୁ ଏହା କୁହାଯାଇପାରେ ଯେ, ଏହି କାରଣରୁ ମଣିଷର ମସ୍ତିଷ୍କ ସଂକୁଚିତ ହେବାରେ ଲାଗିଛି । ଏହାଦ୍ୱାରା ମଣିଷର ବ୍ୟବହାର ଉପରେ ବି ପ୍ରଭାବ ପଡୁଛି ।

ଏହି ଅଧ୍ୟୟନରେ ଜେଫ୍ ମୋର୍ଗାନ ୨୯୮ ଜଣ ବ୍ୟକ୍ତିଙ୍କର ମସ୍ତିଷ୍କ ଆକାରକୁ ନେଇ ଅଧ୍ୟୟନ କରିଛନ୍ତି । ଅର୍ଥାତ୍ ୫୦ ହଜାର ବର୍ଷ ତଳର ମଣିଷ ମସ୍ତିଷ୍କରୁ ନେଇ ନୂଆ ପର୍ଯ୍ୟନ୍ତ ସେ ମୋଟ ୨୯୮ ମସ୍ତିଷ୍କକୁ ନେଇ ଏହି ଅଧ୍ୟୟନ କରିଛନ୍ତି । ଏହି ଅଧ୍ୟୟନରେ ବୈଶ୍ୱିକ ତାପମାତ୍ରା, ଆର୍ଦ୍ରତା ଓ ବର୍ଷାର ପ୍ରଭାବକୁ ବି ଦେଖାଯାଇଛି । ଅଧ୍ୟୟନରୁ ଜଣାପଡିଛି ଯେତେବେଳେ ବି ଜଳବାୟୁ ଗରମ ହୋଇଥାଏ ମସ୍ତିଷ୍କର ଆକାର ହ୍ରାସ ପାଇବାରେ ଲାଗିଥାଏ । ଅନ୍ୟପକ୍ଷରେ ଥଣ୍ଡାରେ ଏହା ପ୍ରସାରିତ ହୋଇଥାଏ । ଜେଫ୍ ମାର୍ଗନ କହିଛନ୍ତି ମୋର ପୂର୍ବ ଅଧ୍ୟୟନରେ ବି ଏହି କଥା ସାମ୍ନାକୁ ଆସିଛି । କିନ୍ତୁ ମୁଁ ଏହାର ଜଡ ପର୍ଯ୍ୟନ୍ତ ଯିବାକୁ ଚାହୁଁଥିଲି । ମଣିଷର ମସ୍ତିଷ୍କ ସମୟରେ ସମୟରେ ବଦଳିଛି କିନ୍ତୁ ଏହା ଉପରେ କୁବ୍ ଅଧ୍ୟୟନ ହୋଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି କିଛି ପ୍ରଜାତିର ଜୀବଙ୍କର ମସ୍ତିଷ୍କ ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଥିବା ବେଳେ ମଣିଷର ମସ୍ତିଷ୍କ କିନ୍ତୁ କମିଛି । ଜେଫ୍ ୫୦ହଜାର ବର୍ଷ ପୁରୁଣା ମଣିଷ ଖପୁରୀର ଯାଞ୍ଚ କରି ଏହା ଜାଣି ପାରିଛନ୍ତି । ଏହା ସହିତ ଖପୁରୀ ମିଳିଥିବା ଭୌଗଳିକ ସ୍ଥାନର ଜଳବାୟୁ ବିଷୟରେ ମଧ୍ୟ ଯାଞ୍ଚ କରିଛନ୍ତି । ଜୀବାଶ୍ମଗୁଡିକୁ ସେ ସେମାନଙ୍କ ସମୟ ଅବଧି ଅନୁଯାୟୀ ବାଣ୍ଟି ଦେଇ ଏହି ଅଧ୍ୟୟନ କରିଛନ୍ତି । ଯଦ୍ଦ୍ୱାରା ଭିନ୍ନ ଭିନ୍ନ ଜଳବାୟୁ ଆଧାରରେ ମସ୍ତିଷ୍କର ଆକାର ବିଷୟରେ ଯାଞ୍ଚ କରାଯାଇପାରିବ ।
ଅଧ୍ୟୟନରୁ ଜଣାପଡିଛି ୧୨ ହଜାର ବର୍ଷ ପୂର୍ବରୁ ଆଜି ପର୍ଯ୍ୟନ୍ତ ମଣିଷର ମସ୍ତିଷ୍କ ଆକାର ୧୦.୭ ପ୍ରତିଶତ ହ୍ରାସ ପାଇଛି । ଜେଫ୍ କହିଛନ୍ତି ଏହି ସ୍ଥିତି ଭବିଷ୍ୟତରେ ଭୟାନକ ପରିସ୍ଥିତି ସୃଷ୍ଟି କରିପାରେ ।

 

Get real time updates directly on you device, subscribe now.