fbpx

କୋଭିଡ୍ ପ୍ୟାକେଜ: ଏମଏସଏମଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୮୯ କୋଟି ଅନୁମୋଦନ

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ୨୮୯.୪୨ କୋଟିର ଏକ ବୃହତ ପ୍ୟାକେଜ ଘୋଷଣା କରିଛନ୍ତି । ତେବେ କୋଭିଡ୍ ସମୟରେ ଏମଏସଏମଇରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁମୋଦନ ଦ୍ୱାରା ରାଜ୍ୟର ୧ ଲକ୍ଷ ୭୦ ହଜାର ଏମଏସଏମଇ ଉପକୃତ ହୋଇପାରିବେ । ସବସିଡି, ଜିଏସଟି ଓ ବାର୍ଷିକ ଋଣ ପରିଶୋଧ କ୍ଷେତ୍ରରେ ଏହା ସହାୟକ ହେବ । ମହିଳାଙ୍କ ଦ୍ୱାରା ଚାଲୁଥିବା ୪୦% କ୍ଷୁଦ୍ର ଉଦ୍ୟୋଗ ପାଇଁ ୧୦୮.୨୯ କୋଟି ମଞ୍ଜୁର କରାଯାଇଛି ।

ହଜାରେ ଶିଳ୍ପକୁ ଅତିରିକ୍ତ ସବସିଡି ମିଳିବା ସହ ଅଣୁଶିଳ୍ପକୁ ୧୦୦ କୋଟିର ସହାୟତା ଯୋଗାଇ ଦିଆଯିବ । ଏହାଫଳରେ ଅଣୁ ଓ ଅତିକ୍ଷୁଦ୍ର ଶିଳ୍ପ ଉଦ୍ୟୋଗଗୁଡ଼ିକ ଉପକୃତ ହୋଇପାରିବେ । ଏନେଇ ପଞ୍ଚାୟତ ଓ ପାନୀୟ ଜଳ ବିଭାଗର ଯୋଜନା ଆରମ୍ଭ ହୋଇଛି । ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପାଇଁ ୧୫ ପ୍ରତିଶତ ଅତିରିକ୍ତ ଟପଅପ୍ ସବସିଡି ଧାର୍ଯ୍ୟ କରାଯାଇଛି ।

ତେବେ ନୂଆ ଶିଳ୍ପ ନୀତି ଅନୁଯାୟୀ, ୧୭୫ଟି ଉଦ୍ୟୋଗ ଜିଏସଟି ଭରଣା ଯୋଗ୍ୟ ହୋଇଛନ୍ତି । ଚଳିତ ବର୍ଷ ଏକ ହଜାର ଶିଳ୍ପକୁ ୧୫% ଅତିରିକ୍ତ ଟପଅପ୍ ସବସିଡି ଦିଆଯିବ । ପିଏମଏଫଏମଇ ପ୍ରାୟୋଜିତ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ମଧ୍ୟ ସବସିଡି ଦିଆଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ମଞ୍ଜୁର କରିଛନ୍ତି । ଏଥିରେ କେନ୍ଦ୍ର ଓ ରାଜ୍ୟ ଭାଗିଦାରୀ ୬୦ : ୪୦ ରହିଥିବା ଜଣାଯାଇଛି ।

Get real time updates directly on you device, subscribe now.