fbpx

ରାଜ୍ୟରେ ମାଗଣାରେ ମିଳିବ ପ୍ଲାଜମା ଥେରାପି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫ା୭(ଓଡ଼ିଶା ଭାସ୍କର): ରାଜ୍ୟର ୩ଟି ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ସମ୍, କିମ୍ସ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । କଟକର ଏସସିବି ପ୍ଲାଜମା ଥେରାପିର ନୋଡ଼ାଲ ସେଣ୍ଟର ଭାବେ କାମ କରିବ ।

ପ୍ଲାଜମା ଥେରାପି ଆରମ୍ଭ ହେବା ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଓଡ଼ିଶାରେ କୋଭିଡ଼ ପାଇଁ ପ୍ଲାଜମା ଥେରାପି ସୁବିଧା ମାଗଣାରେ ମିଳିବ । ଏହାସହ ସେ କହିଛନ୍ତି ଯେ, ରାଜ୍ୟ ପାଇଁ ଏହା ଏକ ଖୁସିର କଥା । କରୋନା ବିରୋଧୀ ଲଢ଼େଇରେ ଏହା ସହାୟକ ହେବ । ପ୍ଲାଜମା ଥେରାପି କରୁଥିବା ରାଜ୍ୟ ତାଲିକାରେ ଓଡ଼ିଶା ସାମିଲ ହୋଇଛି । ରାଜ୍ୟର କୌଣସି ଲୋକକୁ ମେଡ଼ିକାଲ ସୁବିଧାରୁ ବଞ୍ଚିତ କରାଯିବ ନାହିଁ । ଯୋଗ୍ୟ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏଥିସହିତ ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ପ୍ରତି ଲୋକର ଜୀବନ ମୂଲ୍ୟବାନ । ପ୍ରତି ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାର ସବୁ ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.