fbpx

‘ତିରୁପତି ମନ୍ଦିରର ଲଡୁରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବି’, ସିଏମ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ଆଶ୍ଚର୍ଯ୍ୟଜନକ ଦାବି ଏକ ନୂଆ ବିବାଦକୁ ଜନ୍ମ ଦେଇଛି। ସେ ବୁଧବାର ଦିନ ପୂର୍ବତନ କଂଗ୍ରେସ ସରକାରଙ୍କ କାର୍ଯ୍ୟକାଳ ସମୟରେ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରିରେ ଖରାପ ଜିନିଷ ଏବଂ ପଶୁମାନଙ୍କ ଚର୍ବି ବ୍ୟବହାର ହେବାର ଅଭିଯୋଗ ଆଣିଥିଲେ। ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ସେ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିଲା ଯେ, ଜଗନ ପ୍ରଶାସନ ତିରୁପତି ପ୍ରସାଦରେ ଘିଅ ବଦଳରେ ପଶୁମାନଙ୍କ ଚର୍ବି ବ୍ୟବହାର କରିଲା। ସେମାନଙ୍କୁ ଲଜ୍ୟା ଲାଗିବା ଆବଶ୍ୟକ ଯିଏ କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି।

ତିରୁପତିର ଶ୍ରୀ ୱେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ତିରୁପତି ଲଡୁ ଚଢାଯାଇଥାଏ। ମନ୍ଦିରର ପ୍ରଶାସନ ତିରୁମଲା ତିରୁପତି ଦେବସ୍ଥାନମ କରିଥାଏ। ଚନ୍ଦ୍ରବାବବୁ ନାଇଡୁ ଏନଡିଏ ବିଧାୟକ ଦଳର ବୈଠକକୁ ସମ୍ବୋନ୍ଧିତ କରି ଏହି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି ଯେ, ବର୍ତ୍ତମାନ ଶୁଦ୍ଧ ଘିଅର ବ୍ୟବହାର କରାଯାଉଛି, ଯେଉଁଥିରେ ଗୁଣବତ୍ତା ଉନ୍ନତ ହୋଇଛି।

ଚନ୍ଦ୍ରବାବୁ ନାଇଡୁ ଏହି ଅଭିଯୋଗରେ ୱାଇଏସଆର କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ପାର୍ଟୀର ନେତା ଏବଂ ରାଜ୍ୟସଭା ସାଂସଦ ୱାଇଭି ସୁବା ରେଡ୍ଡୀ ନାଇଡୁଙ୍କ ଉପରେ ତିରୁପତି ମନ୍ଦିରର ପବିତ୍ରତାକୁ କ୍ଷତି ପହଞ୍ଚାଇବାର ଅଭିଯୋଗ ଲଗାଇଛନ୍ତି। ରେଡ୍ଡୀ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି, ‘ଚନ୍ଦ୍ରବାବୁ ନାଇଡୁ ତିରୁମଲାର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁମାନଙ୍କ ବିଶ୍ୱାସକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ତିରୁମଲା ପ୍ରସାଦ ବିଷୟରେ ତାଙ୍କ ଟିପ୍ପଣୀ ଅତ୍ୟନ୍ତ ଦୁଃଭାଗ୍ୟଜନକ। ଅନେକ ବ୍ୟକ୍ତି ଏପରି ଶବ୍ଦ ଉଚ୍ଚାରଣ କରିବେ ନାହିଁ କିମ୍ବା ଏପରି ଅଭିଯୋଗ କରିବେ ନାହିଁ।’

Get real time updates directly on you device, subscribe now.