fbpx

ଅଗଷ୍ଟ ୫ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ସକାଳ ୮ଟାରୁ ପଞ୍ଜିକରଣ ଆରମ୍ଭ, GA ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୫ ତାରିଖ (ସୋମବାର) ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଦିନ ୧୧ଟା ସମୟରେ ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଜନତାଙ୍କରୁ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏଥିପାଇଁ ସେହିଦିନ ସକାଳ ୮ଟାରୁ ୧୨ଟା ପର୍ୟ୍ୟନ୍ତ ସେହି ସ୍ଥାନରେ ପଞ୍ଜିକରଣ କରାଯିବ । ଏଥିପାଇଁ ଇଚ୍ଛୁକ ବ୍ୟକ୍ତିବିଶେଷ ଅଭିଯୋଗ ଶୁଣାଣି ସ୍ଥାନରେ ଉପସ୍ଥିତ ରହି ଅଭିଯୋଗ ପଞ୍ଜିକରଣ କରାଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣଇ ବନ୍ଦ ରହିଥିଲା । । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜାରି ରହିଥିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରଖାଯାଇଥିଲା । ତା’ ପୂର୍ବରୁ ଗତ ମାସ ୨୨ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ୨୨ ତାରିଖ ଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଥିବାରୁ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଥିଲା । ଏହି ଶୁଣାଣି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ହଜାର ହଜାର ଜନସାଧାରଣ ଭେଟିବା ସହ ନିଜର ଅଭିଯୋଗ ଉପସ୍ଥାପନ କରିଛନ୍ତି ।

Get real time updates directly on you device, subscribe now.