fbpx

ସଂଗ୍ରାମୀଙ୍କୁ ଜନ୍ମଦିନର ଉପହାର: ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ, ୨୩ା୧ (ଓଡିଶା ଭାସ୍କର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଛନ୍ତି । ନେତାଜୀଙ୍କୁ ଜନ୍ମଦିନରେ ଭେଟି ସ୍ୱରୂପ ମୁଖ୍ୟମନ୍ତ୍ରୀ ଖାନନଗରରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ।

କଟକର ଖାନନଗରେ ନେତାଜୀଙ୍କ ନାମରେ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ କରାଯିବ । ଏହି ଅବସରରେ ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାନନଗର ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି । ୧୨ ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ଅତ୍ୟାଧୁନିକ ଅନ୍ତର୍ଜାତୀୟ ବସ୍ ଟର୍ମିନାଲ ପାଇଁ ୬୫ କୋଟି ବ୍ୟୟ ଅଟକଳ କରାଯାଇଛି ।

ଏହି ଟର୍ମିନାଲରେ ଏକ ସଙ୍ଗରେ ୧୮୦ ବସ୍ ଓ ୨୭୫ କାର ରହିପାରିବ । ସାଧାରଣ ଯାତ୍ରୀବାହୀ ବସ୍, ସ୍ଥାନୀୟ ବସ ଓ ‘ମୋ ବସ’ ପାଇଁ ଅଲଗା ଅଲଗା ସ୍ଥାନର ବ୍ୟବସ୍ଥା କରାଯାଇଛି । ୪ ଚକିଆ ଯାନ ଓ ଅଟୋ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖାଯିବ । ଏଥିସହ ଟର୍ମିନାଲରେ ନେତାଜୀଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ।

Get real time updates directly on you device, subscribe now.