Big Breaking: ମିଳିତ ଭାବେ କାର୍ଯ୍ୟ କରିବ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା, ଝିଅ ହେଲେ 12000 ପୁଅ ହେଲେ…

ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପୁଅ ଜନ୍ମ କ୍ଷେତ୍ରରେ ୧୦ ହଜାର ଓ ଝିଅ ହେଲେ ମିଳିବ 12 ହଜାର ।

ଭୁବନେଶ୍ବର:  ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ । ମିଳିତ ଭାବେ କାର୍ଯ୍ୟ କରିବ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା  । ଏହି ୨ଟି ଯୋଜନା ମିଳିତ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ବଢିଲା ଜନ୍ମଦାତ୍ରୀଙ୍କ ଟଙ୍କା- ପୁଅ ଜନ୍ମ କ୍ଷେତ୍ରରେ ୧୦ ହଜାର ଓ ଝିଅ ପାଇଁ ଅଧିକ ୨ ହଜାର ମିଳିବ  । ପୂର୍ବରୁ କନ୍ୟା ସନ୍ତାନ ଜନ୍ମ ପରେ ୧୦ ହଜାର ଟଙ୍କା ପ୍ରଦାନ ମିଳୁଥିଲା । ଏବେ ଏହି ଯୋଜନାରେ ଅଧିକ ୨ ହଜାର ଅର୍ଥାତ ୧୨ହଜାର ଟଙ୍କା ମିଳିବ  ।

ଘୋଷଣା ଅନୁସାରେ, ସର୍ବାଧିକ ୨ଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ । ପିଭିଟିଜିଙ୍କ କ୍ଷେତ୍ରରେ ୨ଟି ସନ୍ତାନ ସୀମା ଲାଗୁ ହେବ ନାହିଁ ।

ଅଙ୍ଗନବାଡି କର୍ମୀଙ୍କ ପାଇଁ ମଧ୍ୟ ଖୁସି ଖବର- ପୂର୍ବରୁ ଅଙ୍ଗନଓ୍ବାଡି କର୍ମୀଙ୍କୁ 200 ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ 250 ଟଙ୍କା ମିଳିବ । ଅଙ୍ଗନବାଡି ସହାୟକଙ୍କୁ ୫୦ ଟଙ୍କା ବଦଳରେ ୧୫୦ ଟଙ୍କା ମିଳିବ । ଏନେଇ ଆସନ୍ତା ଆର୍ଥିକ ବର୍ଷରେ ୫୧୧ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବେ ।