ନୂଆବର୍ଷର କୌଣସି ଉତ୍ସବ କାର୍ଯ୍ୟକ୍ରମକୁ ଯିବେନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ‘ଏକ୍ସ’ରେ ଦେଲେ ସୂଚନା

ଭୁବନେଶ୍ୱର: ନୂଆବର୍ଷ ପାଇଁ ଆଉ କିଛି ଘଣ୍ଟା ବାକି ରହିଲା । ଏହି ଇଂରାଜୀ ନବ ବର୍ଷରେ ଅନେକ ଉତ୍ସବ ଏବଂ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏହାରି ମଧ୍ୟରେ ଏହିସବୁ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବରେ ଯୋଗଦାନ କରିବେ ନାହିଁ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ୱିଟ କରି ଜଣାଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ତଥା ଅଦିନିଆ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଫସଲ ହାନୀ ପରିପ୍ରେକ୍ଷୀରେ ନବବର୍ଷରେ କୌଣସି ପ୍ରକାର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନ ଆଣିବାକୁ ଶୁଭେଚ୍ଛା ଓ ହିତାକାଂକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ଟ୍ୱିଟ୍‌ରେ ଅନୁରୋଧ କରିଛନ୍ତି ।