fbpx

ଆଜି ଆଂଶିକ ଲକଡାଉନର ଶେଷ ଦିନ, କରୋନା କଟକଣା ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଲକଡାଉନର ଅନ୍ତିମ ଦିବସ । ଆସନ୍ତାକାଲି ସକାଳ ୬ଟାରେ ସରିବ ଲକଡାଉନର ଅବଧି । ତେଣୁ ଜୁଲାଇ ମାସରେ ଗାଇଡଲାଇନ କ’ଣ ରହିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆସନ୍ତାକାଲି ଆଂଶିକ ଲକଡାଉନ ସରୁଥିବାରୁ ଆଗାମୀ ସମୟରେ କେଉଁ ଜିଲ୍ଲାରେ କିପରି କଟକଣା ରହିବ, ତାହାକୁ ନେଇ ସମସ୍ତେ ଅନାଇ ବସିଛନ୍ତି ସରକାରଙ୍କ ନିଷ୍ପତ୍ତି ଉପରେ ।

ତେବେ ଜଣାପଡ଼ିଛି ଯେ, ରାଜ୍ୟରେ ୧୦ଟି ଜିଲ୍ଲାରେ ସଂକ୍ରମିତ ହାର ଏବେ ବି ୫ ପ୍ରତିଶତ ଉପରେ ରହିଛି । ପୂର୍ବରୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାକୁ କାଟୋଗୋରି-ଏ ରେ ରଖାଯାଇ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିଲା । ଉକ୍ତ ସ୍ଥାନମାନଙ୍କରେ ଲାଗୁ କରାଯାଇଥିବା ନିୟମ ଉପକୂଳ ଓଡ଼ିଶାରେ ଲାଗୁ ହୋଇପାରେ । ସେହିପରି ଲୋକଙ୍କର ଜୀବନ ଜୀବିକାକୁ ଧ୍ୟାନ ଦେଇ ୫୦ ପ୍ରତିଶତରେ ଜିମ, ମଲ୍ ଆଦି ଖୋଲିବାକୁ ଅନୁମତି ମିଳିପାରେ । ଯେଉଁ ଜିଲ୍ଲାମାନଙ୍କରେ ପଜିଟିଭ୍ ହାର ଅଧିକ ରହିଛି, ସେଠାରେ କଟକଣା କଡ଼ାକଡ଼ି କରାଯାଇପାରେ ।

ତେବେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକ୍ରମଣ ହାର ଅଧିକ ରହୁଥିବା ଜିଲ୍ଲାମାନଙ୍କରେ କଠୋର ନିୟମ ଲାଗୁ କରିବାକୁ କହିଛନ୍ତି । ଯେଉଁ ଅଞ୍ଚଳରେ ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ରହୁଛି, ସେଠାରେ ଅଧିକ ସଚେତନତା ଅବଲମ୍ବନ କରିବା ଦରକାର । ଏଥିସହ ଘରକୁ ଘର ବୁଲି ସର୍ଭେକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.