fbpx

ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ ।୭(ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜର ଟ୍ୱିଟର ଆକାଉଣ୍ଟରେ କହିଛନ୍ତି ଯେ, ‘ରଥଯାତ୍ରା ରୁ ନୀଳାଦ୍ରୀ ବିଜେ ଯାଏଁ ସମସ୍ତ ଆୟୋଜନ ଶୃଙ୍ଖଳିତ ହୋଇଛି । ଶୃଙ୍ଖଳିତ, ସୁବ୍ୟବସ୍ଥିତ ରଥଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।’


ଏହା ସହିତ ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ସବୁ କିଛି ସେଇ ଲୀଳାମୟୀଙ୍କ ଇଚ୍ଛା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.