fbpx

ନିରଞ୍ଜନଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, କୋଭିଡରେ ସଂକ୍ରମିତ ହୋଇଥିଲେ ପିସିସି ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଦେଶ କଂଗ୍ରେସ (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କୋଭିଡରେ ସଂକ୍ରମିତ ହୋଇଥିଲେ । ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିରଞ୍ଜନ ଟ୍ୱିଟ୍ କରି ସୂଚନା ଦେଇଥିଲେ । ତେବେ ନିରଞ୍ଜନ କରୋନାରେ ଆକ୍ରାନ୍ତ ହେବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ନିରଞ୍ଜନଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, କୋଭିଡ୍ ପାଇଁ ଆଜି ସମଗ୍ର ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି । କିଛିଦିନ ପୂର୍ବରୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଆଜି ୭,୨୯୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୨୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩୦୬୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୯୫୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି ପାଇଛି । ବାଲେଶ୍ୱର, ଭୁବନେଶ୍ୱର, କଟକ, କେଉଁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.