fbpx

ଭିଏତନାମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ ସୁତାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ ଭାରତବର୍ଷ ପାଳନ କରୁଥିବା ବେଳେ ଏହି ଗୌରବମୟ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ । ସୁଦୂର ଭିଏତନାମରେ ଓଡ଼ିଆ ପୁଅ ସତ୍ୟ ସୁତାର ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ନେତାଜୀ କେବଳ ଭାରତର ଜଣେ ମହାନ୍ ସଂଗ୍ରାମୀ ଥିଲେ ତା’ନୁହେଁ, ସେ ଜଣେ ବିଶ୍ୱନେତା ଥିଲେ ତାହା ଏଥିରୁ ପ୍ରମାଣିତ ହୋଇଛି ।

ଏହି ଗୌରବ ଅର୍ଜନ କରିବାର ଶ୍ରେୟର ଅଧିକାରୀ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ଗ୍ରାମର ଓଡ଼ିଆ ପୁଅ ସତ୍ୟ ସୁତାର । ସେ ନେତାଜୀଙ୍କୁ ଭିଏତନାମର ସାଇଗନସ୍ଥିତ ନୁଏନ ହୁଏ ଷ୍ଟ୍ରିଟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ଚଳିତ ବର୍ଷ ଠାରୁ ନେତାଜୀ ଗସ୍ତ କରିଥିବା ବିଭିନ୍ନ ରାଷ୍ଟ୍ରକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ସତ୍ୟ କହିଛନ୍ତି । ସତ୍ୟ ଓଡ଼ିଶା ଛାଡ଼ିବାର ୧୦-୧୨ ବର୍ଷ ବିତିଯାଇଥିବା ବେଳେ ସଂପ୍ରତି ସେ ସିଙ୍ଗାପୁରର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଡାଇରେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ଜାନୁଆରୀ ମାସ ୨୩ ତାରିଖରେ ନେତାଜୀଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସେ ଆସନ୍ତା ୨୦୨୩ରେ ତାଇୱାନ, ୨୦୨୪ରେ ବର୍ମା, ୨୦୨୫ରେ ସିଙ୍ଗାପୁର ଓ ୨୦୨୬ରେ ଜର୍ମାନୀକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଓଡ଼ିଶା ଭଳି ଏକ ରାଜ୍ୟରେ ନେତାଜୀଙ୍କ ଭଳି ଜଣେ ମହାନ୍ ଆତ୍ମା ଜନ୍ମଲାଭ କରିଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେକରୁଛନ୍ତି ବୋଲି ଓଡ଼ିଆ ପୁଅ ସତ୍ୟ କହିଛନ୍ତି ।

Get real time updates directly on you device, subscribe now.