fbpx

ବିରାଟ କୋହଲି ଆଉ ୨ ବର୍ଷ ଟେଷ୍ଟ କ୍ୟାପ୍ଟେନ୍ସିପ୍ କରିପାରିଥାନ୍ତେ, ହେଲେ… : ରବି ଶାସ୍ତ୍ରୀ

ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ କ୍ୟାପ୍ଟେନ୍ସିପକୁ ନେଇ ବିବାଦ ଥମିବାର ନାଁ ଧରୁନି । ବିରାଟଙ୍କର ଟେଷ୍ଟ କ୍ୟାପ୍ଟେନ୍ସିପ୍ ଛାଡିବା ନିଷ୍ପତ୍ତିକୁ ନେଇ ଅନେକେ ଅସନ୍ତୁଷ୍ଟ ଅଛନ୍ତି । ତେବେ ବିରାଟଙ୍କ ସପକ୍ଷରେ ପୁଣି ଆଉ ଜଣେ କୋଚ୍ ଚାଂଚଲ୍ୟକର ବୟାନ ଦେଇଛନ୍ତି । ଇତି ମଧ୍ୟରେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଯେ, କୋହଲିଙ୍କୁ ଆଉ ଦୁଇ ବର୍ଷ ଟେଷ୍ଟ୍ କ୍ୟାପ୍ଟେନ୍ସିପ୍ କରିପାରିଥାନ୍ତେ ।

ତାଙ୍କର ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । ବିରାଟଙ୍କ ଟେଷ୍ଟ କ୍ୟାପ୍ଟେନ୍ସିପ୍ ଛାଡ଼ିବା ନେଇ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ କ୍ରିକେଟ ପରିବାର ବିରାଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଦରକାର। ବିରାଟ କୋହଲି ଭାରତର ସବୁଠାରୁ ସଫଳ କ୍ୟାପ୍ଟେନ୍। ସେ ୬୦ଟି ମ୍ୟାଚ୍ରୁ ୪୦ଟି ବିଜୟ ଦେଇଛନ୍ତି। ହେଲେ ଜାନୁଆରୀ ୧୬ ତାରିଖରେ ସେ ହଠାତ୍ ତାଙ୍କ ଟେଷ୍ଟ କ୍ୟାପ୍ଟେନସିପ ଛାଡ଼ିବା ନେଇ ଗୋଷଣା କରିଥିଲେ। ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ସିରିଜ୍ ହାରିବା ପରେ ବିରାଟ ଏପରି ନିଷ୍ପତ୍ତି ନେଇଥିଲେ।

ରବି ଶାସ୍ତ୍ରୀ କହିଛନ୍ତି ଯେ, ବିରାଟ ଆଉ କିଛି ବର୍ଷ ଟେଷ୍ଟରେ କ୍ୟାପ୍ଟେନ୍ସିପ୍ କରିବାର ଥିଲା। ଯଦି ବିରାଟ ଟେଷ୍ଟ କ୍ୟାପ୍ଟେନ୍ ପଦରେ ରହିଥାନ୍ତେ, ତେବେ ନିଶ୍ଚିତ ପକ୍ଷେ ସେ ଆଉ ଦୁଇ ବର୍ଷ ପାଇଁ କ୍ୟାପ୍ଟେନ୍ ଦାୟିତ୍ୱରେ ରହିପାରିଥାନ୍ତେ। କାରଣ ଆଗାମୀ ଦୁଇ ବର୍ଷ ପାଇଁ ଭାରତ ଘରୋଇ ମାଟିରେ ଖେଳ ହୋଇଥାନ୍ତା। ହେଲେ ବିରାଟ ସବୁଠାରୁ ଅଧିକ ଦିନ ଦାୟିତ୍ୱ ସମ୍ଭାଳି ୫୦ରୁ ୬୦ ମ୍ୟାଚ୍ ଜିତାନ୍ତୁ ବୋଲି କିଛି ଲୋକ ଚାହୁଁନଥିଲେ, ସେମାନଙ୍କୁ ସହଜରେ ଏକଥା ହଜମ ହେଉନଥିଲା । ଅନ୍ୟଟେ ରବି ଏବେ ବର୍ତ୍ତମାନ ଲିଜେଣ୍ଡ ଲିଗ୍ କ୍ରିକେଟର କମିଶନର ଭାବେ ଓମାନରେ ଅଛନ୍ତି।

Get real time updates directly on you device, subscribe now.