ଭୁବନେଶ୍ୱର,୮/୧୧(ଓଡିଶା ଭାସ୍କର): ରାଜ୍ୟରେ କମିବ ନାହିଁ SC/ST ପିଲାଙ୍କ ଛାତ୍ରବୃତ୍ତି ରାଶି । ପ୍ରଚଳିତ ହାରରେ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପାଇବେ ଛାତ୍ରଛାତ୍ରୀ । ବୃତ୍ତି ରାଶି କମାଇବା ନିଷ୍ପତ୍ତି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ମାଟ୍ରିକ ପରବର୍ତ୍ତୀ ବୃତ୍ତି ସଂପର୍କିତ ଫାଇଲ୍ର ବିଶଦ ଅନୁଧ୍ୟାନ ପାଇଁ ନିର୍ଦେଶ ଦେଇଛନ୍ତି ନବୀନ ।
ତେବେ SC/ST ବିକାଶ ବିଭାଗ ପୂର୍ବରୁ ନେଇଥିବା ନିଷ୍ପତ୍ତିର ଅନୁଧ୍ୟାନ କରାଯିବ । ଏ ସଂପର୍କିତ ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନବୀନ ନିର୍ଦେଶ ଦେଇଛନ୍ତି ।