fbpx
BSKY SKY
BSKY SKY

ଓଡିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

BSKY

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ୪ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଶନିବାର ଠାରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀ ଗସ୍ତ କାଳରେ ସୋମବାର ମୁଖ୍ୟମନ୍ତ୍ରୀ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଆ ଝିଅ ଦ୍ରୌଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ସେ ଖୁବ୍‌ ଖୁସି। ଜଣେ ଓଡ଼ିଆ ଝିଅ ଦେଶର ପ୍ରଥମ ନାଗରିକ ହୋଇଛନ୍ତି । ଏହା ପ୍ରତ୍ୟେକଟି ଓଡ଼ିଆ ପାଇଁ ଖୁବ ଗର୍ବ ଓ ଗୌରବର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

Get real time updates directly on you device, subscribe now.