fbpx

ରାକ୍ଷୀ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଭଉଣୀଙ୍କୁ ଦେଲେ ଉପହାର, ଗୋଟିଏ କ୍ଲିକରେ ଭଉଣୀମାନଙ୍କ ଖାତାକୁ କଲେ ଏତିକିି ଟଙ୍କା ଟ୍ରାନ୍ସଫର

ଭୋପାଳ: ରାଜଧାନୀ ଭୋପାଳର ଜମ୍ବୁରୀ ମୈଦାନରେ ରବିବାର ଅର୍ଥାତ୍ ଆଜି ଲାଡଲି ଭଉଣୀଙ୍କ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଡ ଭେଟି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରାକ୍ଷୀ ଲାଗି ଭଉଣୀଙ୍କ ଖାତାରେ ୨୫୦ ଟଙ୍କା ସିଙ୍ଗଲ କ୍ଲିକ୍ ଜରିଆରେ ଟ୍ରାନ୍ସଫର କରାଇଛନ୍ତି । ଏହା ସହିତ ଅକ୍ଟୋବରରୁ ଭଉଣୀଙ୍କ ଖାତାରେ ୧୨୫୦ ଟଙ୍କା ଟ୍ରାନ୍ସଫର କରିବାକୁ ଘୋଷଣା କରିଛନ୍ତି ।

ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟର ଭଉଣୀମାନଙ୍କୁ ରକ୍ଷା ବନ୍ଧନର ଭେଟି ଦେଇଛନ୍ତି । ସରକାରୀ ଚାକିରୀରେ ଏବେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ମିଳିବ । ରକ୍ଷାବନ୍ଧନ ପର୍ବ ଲାଗି ସିଙ୍ଗଲ କ୍ଲିକରେ ୨୫୦ ଟଙ୍କା ମହିଳାଙ୍କ ଖାତାକୁ ଟ୍ରାନ୍ସଫର କରିଛନ୍ତି । ସେପ୍ଟେମ୍ବରରେ ଖାତାରେ ୧୦୦୦ ଟଙ୍କା ପକାଇବେ । ସେହିପରି ଅକ୍ଟୋବର ଠାରୁ ପ୍ରତି ମାସରେ ୧୨୫୦ ଟଙ୍କା ଭଉଣୀ ମାନଙ୍କ ଖାତାରେ ଜମା ହେବ ।

ମୁଖ୍ୟମନ୍ତ୍ରୀ ରାଜ୍ୟର ଭଉଣୀମାନଙ୍କୁ ସମ୍ବୋନ୍ଧିତ କରି କହିଥିଲେ ଆଜି ନାରୀଶକ୍ତିର ସ୍ୱର ପୁରା ମଧ୍ୟପ୍ରଦେଶରେ ଗୁଞ୍ଜରିତ ହେଉ । ଭାଇ ଭଉଣୀର ପ୍ରେମ ଅମର ଅଷଟ । ସେ ସମସ୍ତ ମହିଳାଙ୍କୁ ରାକ୍ଷୀର ଶୁଭ କାମନା ଦେଇଥିଲେ । ସେ କହିଥିଲେ ହିନ୍ଦୁ ହୁଅନ୍ତୁ ମୁସଲମାନ ସମସ୍ତେ ମୋର ଭୁଣୀ । ସେମାନଙ୍କ ଜୀବନରେ ଯେପରି କୌଣସି ସଂକଟ ନ ରହୁ ଏହା ମୁଁ ଚାହୁଁଛି ।

କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଲାଡଲି ଲକ୍ଷ୍ମୀଙ୍କ ପୂଜା କରିଥିଲେ । ଏହାପରେ ଲାଡଲି ଭଉଣୀଙ୍କ ପାଦ ଧୋଇ ପାଣିକୁ ମଥାରେ ଲଗାଇ ଆଶୀର୍ବାଦ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଭଉଣୀ ଏକତ୍ରୀତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ବିଶାଳ ରାକ୍ଷୀ ଉପହାର କରିଥିଲେ ।

Get real time updates directly on you device, subscribe now.