ଆସନ୍ତାକାଲି ଠାରୁ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମେକ୍ ଇନ୍ ଓଡ଼ିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯାଉଛନ୍ତି । ଅକ୍ଟୋବର ୧୬ ତାରିଖ ଅପରାହ୍ନରେ ସେ ପ୍ରଥମେ ହରିୟାଣା ଅଭିମୁଖେ ଗସ୍ତ କରିବେ । ଅକ୍ଟୋବର ୧୭ ତାରିଖ ଦିନ ଚଣ୍ଡିଗଡ଼ ଠାରେ ନବ ଗଠିତ ହରିୟାଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ସେଦିନ ଅପରାହ୍ନରେ ଚଣ୍ଡିଗଡ଼ ଠାରେ ଏନ୍.ଡି.ଏ. ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ ।

ଚଣ୍ଡିଗଡ଼ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ୧୮ ତାରିଖ ଦିନ Indian Chemicals and Petrochemicals କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ । ମୁମ୍ବାଇ ସ୍ଥିତ ହୋଟେଲ ଓବେରୟ (Oberoi) ଠାରେ ଆଗାମୀ ‘Make In Odisha’ ପାଇଁ ‘ନିବେଶକ ସମ୍ମିଳନୀ’ରେ ୧୮ ତାରିଖ ଅପରାହ୍ନ ଓ ୧୯ ତାରିଖ ସକାଳେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଶେଷରେ ୧୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବେ ।

Get real time updates directly on you device, subscribe now.