fbpx

ସିଧାପ୍ରସାରଣ ବେଳେ ତିନିଠାକୁରଙ୍କୁ ଦେଖି ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୬(ଓଡ଼ିଶା ଭାସ୍କର): ଆଜି ପବିତ୍ର ରଥଯାତ୍ରା । ଗତକାଲି ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଆଜି ପୁରୀରେ ବଡ଼ଦାଣ୍ଡରେ ଗଡ଼ିଛି ରଥ । କିନ୍ତୁ କଟକଣା ଓ ବିନା ଭକ୍ତରେ ରଥଯାତ୍ରା କରାଯିବା ନେଇ ସର୍ତ୍ତ ରଖିଥିଲେ ସୁପ୍ରିମକୋର୍ଟ । ତେଣୁ ରଥଯାତ୍ରା ସିଧାପ୍ରସାରଣ ବେଳେ ଟିଭିରେ ତିନି ଠାକୁରଙ୍କୁ ଦେଖି ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ସେ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରଥାରୂଢ଼ ମହାପ୍ରଭୁଙ୍କ ଶୋଭା ଭକ୍ତିଭାବକୁ ରସାଣିତ କରୁଛି । ମହାପ୍ରଭୁ ଆମ ଗୁହାରି ନିଶ୍ଚୟ ଶୁଣିବେ । ଏହି କଠିନ ସମୟ ଦୂର ହେବ ଓ ସମସ୍ତଙ୍କ କଲ୍ୟାଣ ହେବ ବୋଲି ସେ କହିଛନ୍ତି ।

କେବଳ ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ବଡ଼ଦାଣ୍ଡରେ ରଥଟଣା ହେଉଛି । କରୋନା କଟକଣାକୁ ମାନି ଭକ୍ତମାନେ ଟେଲିଭିଜଜନର ସିଧାପ୍ରସାରଣରୁ ଶ୍ରୀଜିଉଙ୍କୁ ଦେଖି ପ୍ରଣାମ କରିବା ସହ ଗୁହାରି ଜଣାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

 

Get real time updates directly on you device, subscribe now.