fbpx

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ମୃତିସଭା: ଝାରସୁଗୁଡ଼ା ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଖୁ ଦେଖୁ ଏହା ଭିତରେ ବାର ଦିନ ବିତିଗଲା। ଆଉ ଆଜି ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ପାଇଁ ଗୁରୁବାର ଝାରସୁଗୁଡ଼ାରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ମୃତିସଭା । ଏଥିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଝାରସୁଗୁଡ଼ାର ସରବାହାଲ ହାଇସ୍କୁଲ ପଡିଆରେ ହେବ ଶ୍ରଦ୍ଧାଞ୍ଜଳି ସଭା ।

ଏହାସହିତ ମନ୍ତ୍ରିମଣ୍ଡଳର ପ୍ରାୟ ସମସ୍ତ ସଦସ୍ୟ, ସାଂସଦଗଣ, ବିଧାୟକ ଓ ଦଳର ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ରହିବେ । ଦିନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ପହଂଚିବେ।ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଆଖିରେ ରଖି ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପ୍ରାୟ ୫୦ ହଜାରରୁ ଅଧିକ ଲୋକ ସ୍ମୃତିସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସ୍ମୃତିସଭାରେ ବିରୋଧୀ ବିଜେପି ଓ କଂଗ୍ରେସର ବହୁ ବରିଷ୍ଠନେତା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥପାଇଁ ଝାରସୁଗୁଡ଼ା ସର୍ବାବହାଲ ହାଇସ୍କୁଲ ପ୍ରାଙ୍ଗଣରେ ବ୍ୟାପକ ଅୟୋଜନ କରାଯାଇଛି । ଏଥିପାଇଁ ଆଜି ରକ୍ତଦାନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।

ସୂଚନାମୁତାବକ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଏଆଇସି ଗୋପାଳ ଦାସ କୁ ଗିରଫ କରାଯାଇଛି । ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ ।

Get real time updates directly on you device, subscribe now.