fbpx

ଆସନ୍ତା ୧୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା, ଲକଡାଉନ୍ ନେଇ ହୋଇପାରେ ନିଷ୍ପତ୍ତି

ବେଙ୍ଗାଲୁରୁ, ୫ା୫: ରାଜ୍ୟରେ ସାପ୍ତାହିକ କର୍ଫ୍ୟୁ ବଳବତ୍ତର ରହିଥିଲେ ହେଁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କର୍ଣ୍ଣାଟକ ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ କରିପାରନ୍ତି । ତେବେ ଆସନ୍ତା ୧୨ ତାରିଖ ପରେ ଲକଡାଉନ୍ ଲାଗୁ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସ ୨୭ ତାରିଖରୁ ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯାଇଥିଲା । ଏହି ସମୟରେ ନିର୍ମାଣ, ଉତ୍ପାଦନ ଅନ୍ତର୍ଗତ ବିଭିନ୍ନ ସଂସ୍ଥାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ଲାଗୁ କରିବା ନେଇ ବିଶେଷଜ୍ଞମାନେ ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପାଙ୍କୁ ପରାମର୍ଶ ଦେଇଥିଲେ । ତେବେ ୧୦ ତାରିଖରେ କୋଭିଡ୍ ସ୍ଥିତିର ସମୀକ୍ଷା କରାଯିବ ବୋଲି କ୍ୟାବିନେଟ ବୈଠକରେ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.