fbpx
BSKY
BJD MC SKY
BJD MS SKY

ଆସିଲା ଜନସଂଖ୍ୟା ନିୟନ୍ତ୍ରଣ ଆଇନ, ବର୍ଦ୍ଧିତ ଜନସଂଖ୍ୟା ବିକାଶରେ ବାଧକ, ଜାଣନ୍ତୁ ପରିବାର ନିୟୋଜନରେ କଣ ମିଳିବ ଲାଭ

ଲକ୍ଷ୍ନୌ : ଦେଶରେ ଉଦବେଗଜନକ ଭାବେ ବଢିବାରେ  ଲାଗିଛି  ଜନସଂଖ୍ୟା। ଯାହା ଦେଶର ବିକାଶ ପାଇଁ ସବୁଠୁ ବଡ ବାଧକ। ଜନସଂଖ୍ୟା ବିସ୍ଫୋରଣ ହିଁ ସବୁ ସମସ୍ୟାର ମୂଳ କାରଣ। ବୋଧହୁଏ ଏହାକୁ ଏବେ ହୃଦବୋଧ କଲେଣି ସରକାର। ଜନସଂଖ୍ୟା ଉପରେ ରୋକ୍ ଲଗାଇବାକୁ ଖସଡା ପ୍ରସ୍ତୁତ ହେଲାଣି। ଦେଶର କିଛି ରାଜ୍ୟ ଜନସଂଖ୍ୟା ଉପରେ ରୋକ୍ ଲଗାଇବାକୁ ଆଗଭର ପ୍ରକାଶ କଲେଣି। ଏହି କ୍ରମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ବିଶ୍ଵ ଜନସଂଖ୍ୟା ଦିବସ ପରିପ୍ରେକ୍ଷୀରେ ଜନସଂଖ୍ୟା ନୀତି ୨୦୨୧-୩୦ ଘୋଷଣା କରିଛନ୍ତି। ଏହି ଅବସରରେ ଯୋଗୀ କହିଛନ୍ତି, ଜନସଂଖ୍ୟା ବୃଦ୍ଧି ବିକାଶ ମାର୍ଗରେ ସବୁଠୁ ବଡ ବାଧକ ସାଜିପାରେ। ଅନେକ ସମୟରେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଗତ ଚାରି ଦଶନ୍ଧି ହେବ ଏହାକୁ ନେଇ ବହୁ ଚର୍ଚ୍ଚା, ଆଲୋଚନା ମଧ୍ୟ ହୋଇଛି। ଯେଉଁ ଦେଶ ଏବଂ ରାଜ୍ୟରେ ଏହି ଦିଗ ପ୍ରତି ଉଦ୍ୟମ କରାଯାଇଛି, ସେଠାରେ ସକରାତ୍ମକ ଫଳାଫଳ ଦେଖିବାକୁ ମିଳିଛି ବୋଲି ଯୋଗୀ କହିଛନ୍ତି।

ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜନସଂଖ୍ୟା ସ୍ଥିରତା ଆଇନ ଉଦଘାଟନ କରିଛନ୍ତି। ଯୋଗୀ କହିଛନ୍ତି, ଜନସଂଖ୍ୟା ହିଁ ଗରିବୀର ସବୁଠୁ ବଡ କାରଣ। ନୂତନ ଜନସଂଖ୍ୟା  ନୀତିରେ ପ୍ରତିଟି ବର୍ଗର ଧ୍ୟାନ ରଖାଯିବ। ଆମକୁ ଦେଶର ଜନସଂଖ୍ୟା ବିସ୍ଫୋରଣ ପ୍ରତି ଚିନ୍ତା କରିବାର ଆବଶ୍ୟକତା ରହିଥିବା ଯୋଗୀ କହିଛନ୍ତି।

 

ୟୁପି ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଠାରେ ପ୍ରଜନନ ହାର କମ ହେବା ଦରକାର। ସଂପ୍ରତି ରାଜ୍ୟରେ ପ୍ରଜନନ ହାର ୨.୯ ପ୍ରତିଶତ ରହିଛି। ସରକାରଙ୍କ ଲକ୍ଷ୍ୟ ଏହାକୁ ହ୍ରାସ କରି ୨.୧କୁ ଆଣିବା। ଆଉ ଦୁଇ ପିଲାଙ୍କ ମଧ୍ୟରେ ସଠିକ ବ୍ୟବଧାନ ରହିବା ଜରୁରୀ। ନଚେତ୍ ଶିଶୁଙ୍କଠାରେ କୁପୋଷଣର ବିପଦ ଆଶଙ୍କା  ରହିଥାଏ। ରାଜ୍ୟରେ ନୂତନ ଜନସଂଖ୍ୟା ନୀତି ଲାଗୁ କରି ମୁଁ ଆନନ୍ଦିତ ବୋଲି ଯୋଗୀ କହିଛନ୍ତି।

କଣ ଏହି ଜନ ସଂଖ୍ୟା ନୀତି

ନୂତନ ଜନ ସଂଖ୍ୟା ନୀତି ଆଧାରରେ ୨୦୨୧-୩୦ର ଅବଧି ପାଇଁ ପରିବାର ନିୟୋଜନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗର୍ଭ ନିରୋଧକ ଉପାୟକୁ ପ୍ରୋତ୍ସାହନ ଦିଆଯିବ। ସୁରକ୍ଷିତ ଗର୍ଭପାତର ଉଚିତ୍ ବ୍ୟବସ୍ଥା କରାଯିବ। ଉନ୍ନତ ଚିକିତ୍ସା ସେବା ମାଧ୍ୟମରେ ନବଜାତ ଓ ମାତୃ ମୃତ୍ୟୁହାର କମ କରାଯିବ। ଆଉ ନଂପୁସକତାର ସୁଲଭ ସମାଧାନ ଉପଲବ୍ଧ କରାଯାଇ ଜନସଂଖ୍ୟା ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରାଯିବ।

ଚାକିରିରେ ମିଳିବ ପଦନ୍ନୋତି

ଉତ୍ତର ପ୍ରଦେଶରେ ସେହି କର୍ମଚାରୀଙ୍କୁ ପଦନ୍ନୋତି ମିଳିବ,  ବେତନ ବୃଦ୍ଧି ଘଟିବ, ବାସଭବନ ଯୋଜନାରେ ରିହାତି ଦିଆଯିବ ଏବଂ ଅନ୍ୟ ଭତ୍ତା ମଧ୍ୟ ମିଳିବ, ଯିଏ ଜନସଂଖ୍ୟା ମାନଦଣ୍ଡର ପାଳନ କରିବେ। ଯାହାଙ୍କର ଦୁଇ କିମ୍ଵା ସେଥିରୁ କମ ପିଲା ଥିବେ ସେହି କର୍ମଚାରୀଙ୍କୁ ମଧ୍ୟ ଏହି ସବୁ ସୁବିଧା ମିଳିବ। ଦୁଇ ସନ୍ତାନ ମାନଦଣ୍ଡ ଆପଣଉଥିବା ସରକାରୀ କର୍ମଚାରୀଙ୍କୁ ପୁରା ଚାକିରି ସମୟରେ ଦୁଇ ଅତିରିକ୍ତ ବେତନ ବୃଦ୍ଧି, ପୂରା ବେତନ ଏବଂ ଭତ୍ତା ସହିତ ୧୨ ମାସର ମାତୃତ୍ଵ ଏବଂ ପିତୃତ୍ଵ ଅବକାଶ ମିଳିବ। ଏହା ବାଦ୍ ଜାତୀୟ ପେନସନ ଯୋଜନା ଆଧାରରେ ନିଯୁକ୍ତିଦାତା ଅଂଶଦାନ କୋଷରେ ତିନି ପ୍ରତିଶତ ବୃଦ୍ଧି ମିଳିବ।

୨୦ ବର୍ଷ ପର୍ଯ୍ୟନ୍ତ ମାଗଣାରେ ମିଳିବ ଚିକିତ୍ସା ସୁବିଧା

ଯେଉଁ ଲୋକ ସରକାରୀ କର୍ମଚାରୀ ଏବଂ ଜନସଂଖ୍ୟା ନିୟନ୍ତ୍ରଣରେ ଯୋଗଦାନ ଦିଅନ୍ତି, ତେବେ ସେମାନଙ୍କୁ ପାଣି, ବାସଭବନ, ଗୃହ ଋଣ ଆଦିରେ ଟିକସ୍ ଛାଡ ପରି ଲାଭ ମିଳିବ। ଯଦି କୌଣସି ପିଲାଙ୍କ ବାପା-ମା ପରିବାର ନିୟୋଜନ ବା ବନ୍ଧ୍ୟାକରଣ  ବିକଳ୍ପ ବାଛନ୍ତି ତେବେ ତାଙ୍କୁ ୨୦ ବର୍ଷ ବୟସ ପର‌୍ୟ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ମିଳିବ।

Get real time updates directly on you device, subscribe now.