fbpx

କୁକୁଡ଼ା ଝୋଳ ଓ ଅଣ୍ଡା ବଢାଉଛି ଇମ୍ୟୁନିଟି, କରୋନା କାଳରେ ଖୁବ୍ ଲାଭଦାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା କାଳରେ ଲୋକେ କିଭଳି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବେ; ଏନେଇ ଅନେକ ଡାକ୍ତର ଓ ବୈଜ୍ଞାନିକ ମତ ଦେଇସାରିଲେଣି। ତେବେ ନିକଟରେ ଭୁବନେଶ୍ୱର AIIMS ପକ୍ଷରୁ ପଖାଳର ଗୁଣ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ଶରୀରରେ ଶକ୍ତି ବଢାଉଥିବା ବିଶେଷଜ୍ଞ ପ୍ରମାଣିତ କରିଛନ୍ତି। ସେହିଭଳି କୁକୁଡ଼ା ଝୋଳ ଓ ଅଣ୍ଡା ଖାଇବା ମଧ୍ୟ ବେଶ୍ ଲାଭଦାୟକ ବୋଲି ICMR ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ସୂଚନା ଅନୁସାରେ କଡକ୍ ନାଥ କୁକୁଡ଼ା ପାଇଁ

ମଧ୍ୟପ୍ରଦେଶ ର ଝାବୁଆ

ଖୁବ୍ ପ୍ରସିଦ୍ଧ। ସେଠାକାର କୃଷି ଗବେଷଣା କେନ୍ଦ୍ରର ସୂଚନା ଅନୁସାରେ କଡକନାଥ କୁକୁଡ଼ାର ମାଂସ ଓ ଅଣ୍ଡା କରୋନା ସହିତ ଲଢ଼ିବା ପାଇଁ ସାହାଯ୍ୟ କରିବ । ଏହି ତଥ୍ୟକୁ ICMR ପକ୍ଷରୁ ଦିଆଯାଇଛି। ରିପୋର୍ଟ ଅନୁସାରେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ କଡକନାଥ କୁକୁଡ଼ା ଅତି ହିତକର । ଏହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ । ବିଶେଷକରି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ଏହା ଅଧିକ ଫଳପ୍ରଦ। କଡକନାଥ ସେଣ୍ଟର୍ ର ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି ଯେ ପୋଷ୍ଟ କୋଭିଡ ରୋଗୀଙ୍କ ପାଇଁ କଡକ ନାଥ କୁକୁଡ଼ାର ମାଂସ , ଅଣ୍ଡା ଓ ସୁପ ଆଦି ଅତି ପ୍ରଭାବୀ ହୋଇଥାଏ । କୋଲଷ୍ଟ୍ରାଲ୍ ନିୟନ୍ତ୍ରଣ କରିବା ସହ ପ୍ରୋଟିନ, କାର୍ବୋହାଇଡ୍ରେଟ ଓ ଭିଟାମିନ ଆଦି ଯୋଗାଇଥାଏ।

ଅନୁରୂପ ଭାବେ ଚଣ୍ଡୀଗଡ଼ ଓ କୋଇମ୍ବାଟୁର୍ ରୁ ମଧ୍ୟ ସମାନ ତଥ୍ୟ ଆସିଥିବା ICMR ପକ୍ଷରୁ କୁହାଯାଇଛି। କଡକ୍ ନାଥ କୁକୁଡ଼ାର ମାଂସ ଓ ଅଣ୍ଡାରେ ଉପକାରୀ ତତ୍ତ୍ଵ ଡିଏଚଏ , ଜିଙ୍କ , ଆଇରନ , ଭିଟାମିନ ସି , ଏସେନ୍ସିଆଲ ଅମିନୋ ଏସିଡ ଆଦି ଭରପୂର ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

Get real time updates directly on you device, subscribe now.