fbpx
BSKY
BJD MC SKY
BJD MS SKY

ଭାରତରେ ଅସ୍ଥିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି, ଅଧ୍ୟକ୍ଷ ସ୍ଥିର କରି ପାରୁନି, ସେପଟେ ୟୁରୋପ ୟୁନିଟର ଚିଫ୍ ଚୟନ କଲା କଂଗ୍ରେସ

ନୂଆଦିଲ୍ଲୀ : କ୍ରମାଗତ ଦୁଇ ଲୋକସଭା ନିର୍ବାଚନ ଏବଂ ଗୋଟିଏ ପରେ ଗୋଟିଏ ଅନେକ ବିଧାନସଭା ନିର୍ବାଚନ  ହାରିବା ପରେ ଭାରତରେ ନିଜର ଅସ୍ଥିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି କଂଗ୍ରେସ। ଯେଉଁ କିଛି ରାଜ୍ୟରେ ଦଳ ସରକାରରେ ଅଛି ଏବଂ ନିଜର ଅସ୍ଥିତ୍ଵ ବଞ୍ଚାଇ ରଖିଛି, ସେଠାରେ ମଧ୍ୟ ଅନ୍ତଃକନ୍ଦଳରେ ପେଶି ହେଉଛି ଦଳ। ଦୁଇ ବର୍ଷ ପୂର୍ବେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବା ପରେ ପାର୍ଟି ଏ ପର୍ଯ୍ୟନ୍ତ ନିଜର ନୂତନ ଅଧ୍ୟକ୍ଷ ଚୟନ କରି ପାରୁନାହିଁ। ସେଥିପାଇଁ ଦଳରେ ସଙ୍କଟ ଅଧିକ ଘନୀଭୂତ ହେବାରେ ଲାଗିଛି।  କିନ୍ତୁ କଂଗ୍ରେସ ୟୁରୋପ ୟୁନିଟ୍ ପାଇଁ ନିଜର ଅଧ୍ୟକ୍ଷ ଚୟନ କରି ଦେଇଛି।

ଏହି ନିଯୁକ୍ତିର ଘୋଷଣା ଚଳିତ ସପ୍ତାହ ଆରମ୍ଭରେ ଟେକ୍ନୋଟ୍ରେକରୁ ନେତା ହୋଇଥିବା ସାମ ପିଟ୍ରୋଡାଙ୍କ ନେତୃତ୍ଵାଧୀନ ଭାରତୀୟ ବିଦେଶ କଂଗ୍ରେସ(ଆଇଓସି) କରିଛି। ନିଯୁକ୍ତ ହୋଇଥିବା ସମସ୍ତ ଲୋକ ଭାରତୀୟ ମୂଳ ନିବାସୀ। ଚକ୍ର ବିୟର ବ୍ରାଣ୍ଡର ମାଲିକ ଗ୍ୟାରିସୋବର ସିଂହ ଗିଲ୍ ନରଓ୍ଵେରେ ଆଇଓସିର ନୂତନ ସଭାପତି ଭାବେ ଚୟନ ହୋଇଛନ୍ତି। ଚକ୍ର ବିୟର ଓ୍ଵେବସାଇଟ୍ ଅନୁଯାୟୀ, ୨୦୦୬ରେ ଗିଲଙ୍କ ଦ୍ଵାରା ଲଞ୍ଚ ହୋଇଥିବା ବ୍ରାଣ୍ଡ ଅନ୍ତରାଷ୍ଟ୍ରୀୟ ବଜାରରେ ‘ପ୍ରଥମ ପଞ୍ଜାବୀ ବ୍ରେଭରିଜ୍ ବ୍ରାଣ୍ଡ’।

ଗିଲ୍ କହିଛନ୍ତି, ତାଙ୍କ ବାପା ଗୁରମେଲ ଗିଲ, ଭାରତର ପୂର୍ବତନ ଜାତୀୟ ସ୍ତରର ଫୁଟବଲ ଖେଳାଳି ଥିଲେ। ୟୁରୋପରେ ଆଇଓସିର ସଂସ୍ଥାପକ ମଧ୍ୟ ଥିଲେ। ନରଓ୍ଵେରେ କଂଗ୍ରେସର ସ୍ଥିତି ଭଲ ରହିଛି। ମୋ ବାପା ଜୀବନ ସାରା କଂଗ୍ରେସ ସହ ଜଡିତ ଥିଲେ। ଏବେ ମୁଁ ପଦଭାର ଗ୍ରହଣ କରୁଛି। ଭାରତରେ ନିବେଶ, ଉଦ୍ୟୋଗ ଆଣିବା ମୋର ଉଦ୍ଦେଶ୍ୟ ବୋଲି ଗିଲ୍ କହିଛନ୍ତି।

ରାଜନୀତିରେ କଣ ପାଇଁ ପ୍ରବେଶ କଲେ  ପ୍ରଶ୍ନର ଉତ୍ତରରେ ଗିଲ୍ କହିଛନ୍ତି, ଏହା ଜାଣିବା ଉଚିତ୍ ଯେ, ମୋ ଦେଶରେ କଣ ଘଟୁଛି। ଫିନଲାଣ୍ଡରେ କଂଗ୍ରେସ ୩୫ ବର୍ଷୀୟ ବୈଜ୍ଞାନିକ କୋମଲ କୁମାର ଜାଭରପ୍ପାଙ୍କୁ ସଭାପତି ଭାବେ ଚୟନ କରିଛି। ସେ ରକ୍ତ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ କାମ କରୁଛନ୍ତି।

ମହୀଶୂରର ନିବାସୀ ଜଭରପ୍ପା କହିଛନ୍ତି, ଫିନଲାଣ୍ଡରେ ନିକଟରେ ଆଇଓସିର ସ୍ଥାପନା ହୋଇଛି। ଏହି କାର‌୍ୟ୍ୟରେ ସେ ଭାରତ ସହ ସମନ୍ଵୟ ରକ୍ଷା କରିଥିଲେ। ଜଭରପ୍ପା କହିଛନ୍ତି, ନିକଟରେ ପିଟ୍ରୋଡାଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା ଏବଂ ପାର୍ଟିରେ ଯୋଗ ଦେବା ନେଇ ତାଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିଲି।

ଅନ୍ୟ ନିଯୁକ୍ତିରେ ଦିଲବାଗ ଚନ୍ନା(ଇଟାଲୀ), ଜୟ କୋଚଟ୍ଟୁ(ସ୍ଵିଜରଲାଣ୍ଡ), ସୋନିଆ ହେଲଷ୍ଟେଡ୍(ସ୍ଵିଡେନ), ସୁନିଲ କୋରା(ଅଷ୍ଟ୍ରିଆ), ସୁଖୀବନ ପ୍ରୀତ ସିଂହ(ବେଲଜିୟମ), ହରପିନ୍ଦର ସିଂହ ଘଗ(ହଲାଣ୍ଡ) ଓ ଅମରଜିତ ସିଂହ(ପୋଲାଣ୍ଡ) ସାମିଲ।

ୟୁରୋପର ଆଇଓସିର ସଂଯୋଜକ ରାଜବିନ୍ଦର ସିଂହ କହିଛନ୍ତି, ସଂଗଠନର ଉପସ୍ଥିତି ୨୩ ୟୁରୋପୀୟ ଦେଶରେ ରହିଛି, ଯାହା ୟୁନାଇଟେଡ୍ କିଙ୍ଗଡମରେ ସବୁଠୁ ମଜବୁତ ସ୍ଥିତି ରହିଛି। ସେ କହିଛନ୍ତି, ଯେଉଁ ଲୋକମାନଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟବସାୟୀ, ପ୍ରୋଫେସନାଲ ଓ ଶିକ୍ଷା କ୍ଷେତ୍ରରୁ ଆସିଛନ୍ତି। ସିଂହହ  ଖୋଦ୍ ହୋଟେଲ୍ ଓ ରିୟଲ ଇଷ୍ଟେଟର କାରବାର କରୁଛନ୍ତି।

Get real time updates directly on you device, subscribe now.