କଟକ: ନାଚଗୀତ ଆସରରେ ଜମୁଛି ଐତିହାସିକ କଟକ ବାଲିଯାତ୍ରା । କିନ୍ତୁ ଏହାଭିତରେ ପଡ଼ିଆରେ ବୁଲୁଛନ୍ତି ସିଏମସି ଅଫିସର । ବାଲିଯାତ୍ରା ପଡ଼ିଆରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରୁ ଖାଦ୍ୟ ସାମଗ୍ରୀ ଆଣି ଫିଙ୍ଗ ଦେବା ଜାଳି ଦେଉଥିବା ଦେଖାଯାଇଛି । କଟକ ବାଲିଯାତ୍ରାରେ ସମସ୍ତ ଖାଦ୍ୟ ପଦାର୍ଥର ଯାଞ୍ଚ କରୁଛି ସିଏମସି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ସ୍ୱାସ୍ଥ୍ୟ ଟିମ୍ ସଦସ୍ୟ ଏଠାରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି । ବାସି ଖାଦ୍ୟ, ଅପମିଶ୍ରିତ ଖାଦ୍ୟ କିମ୍ବା ନିମ୍ନମାନର ଖାଦ୍ୟ ମିଳିଲେ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏହି ଟିମ୍ । ବିଭିନ୍ନ ଷ୍ଟଲରୁ ଏହି ଟିମ୍ ଏଭଳି ଖାଦ୍ୟ ଜବତ କରିଥିବା ମଧ୍ୟ ଜାଣିବାକୁ ମିଳିଛି । ବାଲିଯାତ୍ରାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସ୍ୱାସ୍ଥ୍ୟକର ତଥା ଉଚ୍ଚମାନର ଖାଦ୍ୟ ଯୋଗାଇ ଦେବା ପାଇଁ ସମସ୍ତ ଫୁଡ ଷ୍ଟଲକୁ ସ୍ୱାସ୍ଥ୍ୟ ବିଭାଗର ଏହି ଟିମ୍ ଚେତାବନୀ ଦେଇଛି ।