fbpx

ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ପ୍ରଥମ ଦିନରେ ପ୍ରବଳ ଭିଡ଼

Advertisement

ଭୁବନେଶ୍ୱର: ଆଜିଠାରୁ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଭୁବନେଶ୍ୱର ୟୁନିଟ୍ ୫ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ଜଣ ଶୁଣାଣି ହେବ । ତେବେ ଆଜିର ଏହି ଶୁଣାଣି ପୂର୍ବରୁ ପଞ୍ଜିକରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଆଜି ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଲୋକ ନାମ ପଞ୍ଜିକରଣ କରିଥିବା ସୂଚନା ରହିଛି ଯେଉଁଥିରେ ଅନେକ ଦିବ୍ୟାଙ୍ଗ ମଧ୍ୟ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ ।

ତେବେ ଆସନ୍ତୁ ଜାଣିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ କିପରି କରିପାରିବେ ଅଭିଯୋଗ:

– ପ୍ରତି ସୋମବାର ଦିନ ୧୧ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବ ।
– ଅଭିଯୋଗ ଶୁଣାଣି ପାଇଁ www.janasunani.odisha.gov.in ରେ ସକାଳ ୯ଟାରୁ ୧୨ଟା ମଧ୍ୟରେ ପଞ୍ଜିକରଣ କରିପାରିବେ ।
– ୱେବସାଇଟରେ ପ୍ରଥମେ ନିଜ ନାଁ ଓ ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଏହା ପରେ ଏକ ପାସୱାର୍ଡ଼ ଦେଇ ଲଗ୍ ଇନ୍ କରନ୍ତୁ ।
– ଲଗ୍ ଇନ୍ କରିବା ପରେ ଅଭିଯୋଗ ପଞ୍ଜିକରଣ କରନ୍ତୁ ।
– ଅନଲାଇନ୍ ବ୍ୟତୀତ ୬୩୭୦୯୫୧୯୩୦ ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍‌, ଇମେଲ ଓ ଚିଠି ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରିପାରିବେ ।
– ସମ୍ମିଳନୀ କକ୍ଷରେ ଏକକାଳୀନ ୩୦ ଜଣ ଲୋକ ବସିବାର ସୁବିଧା ରହିଛି । ଏହା ବ୍ୟତୀତ ଅନ୍ୟ ଲୋକଙ୍କ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.