fbpx

କୋଲ ଇଣ୍ଡିଆ ନିଯୁକ୍ତି: ଟ୍ରେନିଂ ସମୟରେ ମାସିକ ୫୦ ହଜାର ବେତନ ମିଳିବ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) ପକ୍ଷରୁ ୫୬୦ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ମାଇନିଂ, ସିଭିଲ ଓ ଜିଓଲୋଜି ବିଭାଗରେ ମ୍ୟାନେଜମେଣ୍ଟ ଟ୍ରେନିଂ ଭାବେ ନିଯୁକ୍ତି ଦିଆଯିବ । ଏଥିପାଇଁ ଜେନେରାଲ / ଓବିସି ଓ ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୧୧୮୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି / ଏସଟି/ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି ।

ସେପ୍ଟେମ୍ବର ମାସ ୧୩ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ମାସ ୧୨ ତାରିଖରେ ସମାପ୍ତ ହେବ । ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୩୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରତ୍ୟେକ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି ।

ମାଇନିଂ ପଦ ପାଇଁ ପ୍ରାର୍ଥୀ ମାଇନିଂ ଇଞ୍ଜିନିୟରିଂରେ ଡିଗ୍ରୀ ପାସ ସହିତ ଅତିକମରେ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ସିଭିଲ ପଦ ପାଇଁ ପ୍ରାର୍ଥୀ ସିଭିଲ ଇଞ୍ଜିନିୟରିଂ ପାସ୍ ସହିତ ଅତିକମରେ ୬୦ ପ୍ରତିଶତ ମାର୍କ ହାସଲ କରିଥିବା ଆବଶ୍ୟକ । ଜିଓଲୋଜି ପଦ ପାଇଁ ପ୍ରାର୍ଥୀ ଜିଓଲୋଜି କିମ୍ବା ଆପ୍ଲାଏଡ ଜିଓଲୋଜି / ଜିଓଫିଜିକ୍ସରେ ଏମ.ଏସସି / ଏମ.ଟେକ ପାସ କରିବା ସହିତ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ୫୦,୦୦୦ – ୧,୬୦,୦୦୦ ସ୍କେଲ ପେ’ରେ ବେତନ ଦିଆଯିବ । ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କୁ ମାସିକ ୫୦ ହଜାର ଟଙ୍କା ବେତନ ପ୍ରଦାନ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://cdn.digialm.com/EForms/configuredHtml/1258/82592/Registration.html

ନୋଟିଫିକେସନ ଲିଙ୍କ: https://d3u7ubx0okog7j.cloudfront.net/documents/Detailed_Advertisement_MTYA1jq.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.coalindia.in/

Get real time updates directly on you device, subscribe now.