fbpx

ଅସରପା ପାଇଁ ଦମ୍ପତିଙ୍କ ମଧ୍ୟରେ ଛାଡପତ୍ର

ମଧ୍ୟପ୍ରଦେଶ (ଓଡିଶା ଭାସ୍କର) : ପୃଥିବୀରେ ସମସ୍ତ ପ୍ରକାର ଜୀବଜନ୍ତୁ ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ମନୁଷ୍ୟ ହେଉଛି ସବୁଠାରୁ ଶ୍ରେଷ୍ଠ ଏବଂ ବୁଦ୍ଧିମାନ ପ୍ରଣୀ । ହେଲେ ବେଳେ ବେଳେ ଛୋଟ ଛୋଟ ସରୀସୃପ ଓ ଜୀବମାନଙ୍କୁ ଦେଖି ସେ ଭୟ କରେ । ଖାସ୍ କରି ଝିଅ ପିଲାମାନେ ଅସରପାକୁ ଦେଖିଲେ ଭୟ କରିବା ସହ ଚିତ୍କାର ମଧ୍ୟ କରିଥାନ୍ତି । ଡାକ୍ତରଙ୍କ ଭାଷାରେ ଏହାକୁ ଫୋବିୟା ବୋଲି କୁହାଯାଏ । ତେବେ ଏହି ଅସରପା ପାଇଁ ଜଣକଙ୍କର ବୈବାହିକ ଜୀବନ ଭାଙ୍ଗିବାକୁ ଯାଉଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଭୋପାଳ ଅଂଚଳରେ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଅସରପା ଭୟ ପାଇଁ ୩ ବର୍ଷ ମଧ୍ୟରେ ଥରେ ନୁହଁ ୧୮ ଥର ନିଜର ଘର ବଦଳାଇ ସାରିଲେଣି । ପତ୍ନୀଙ୍କର ଏହି ଫୋବିୟା ପାଇଁ ଅନ୍ୟମାନଙ୍କ ଆଗରେ ବାରମ୍ବାର ଲଜ୍ଜିତ ହେଉଛନ୍ତି ସ୍ୱମୀ ।

ମହିଳାଙ୍କର ସ୍ୱାମୀ ଜଣେ ସଫ୍ଟୱେରା ଇଞ୍ଜିନିୟର । ସୂଚନା ଅନୁସରେ ଏହି ଦମ୍ପତି ୨୦୧୭ ମସିହାରେ ବିବାହ କରିଥିଲେ । ଦିନେ ରୋଷେଇ ଘରେ ପତ୍ନୀ ଅସରପାକୁ ଦେଖି ଜୋରରେ ଚିତ୍କାର କଲେ । ତାଙ୍କ ଚିତ୍କାର ଶୁଣି ଘରର ସମସ୍ତ ଲୋକ ଭୟଭୀତ ହୋଇଯାଇଥିଲେ । ଏହାପରେ ସେ ରୋଷେଇ ଘରକୁ ଗଲେ ନାହିଁ ତା’ସହ ସେ ଘର ଛାଡି ନୂଆ ଘର ନେବା ପାଇଁ ସ୍ୱାମୀଙ୍କୁ ବାରମ୍ବାର କହିଲେ । ୨୦୧୮ ମସିହାରେ ପତ୍ନୀଙ୍କ ଅସରପା ଫୋବିୟା ପାଇଁ ପ୍ରଥମ ଥର ଘର ବଦଳାଯାଇଥିଲା । ଯେଉଁ ନୂଆ ଘରକୁ ବି ଗଲେ ସେହି ସମାନ ଘଟଣା ଘଟିଲା । ଏହିଭଳି ୧୮ ଥର ଦମ୍ପତି ଘର ବଦଳାଇ ସାରିଲେଣି ।

ପତ୍ନୀଙ୍କର ଏହି ରୋଗ ପାଇଁ ବ୍ୟକ୍ତି ଜଣକ ବହୁତ ଥର ମନସ୍ତତ୍ତ୍ୱବିତଙ୍କ ନିକଟରେ ଦେଖାଇଛନ୍ତି । ହେଲେ ଡାକ୍ତର ଦେଇଥିବା ଔଷଧ ତାଙ୍କ ପତ୍ନୀ ନ ଖାଇ ଓଲାଟା ଅଭିଯୋଗ କଲେ କି ସ୍ୱାମୀ ତାଙ୍କ ସମସ୍ୟା ବୁଝୁ ନାହାଁନ୍ତି । ସେ ତାଙ୍କୁ ମାନସିକ ରୋଗୀ ଘୋଷଣା କରିବାକୁ ଚାହୁଁଛନ୍ତି । ତାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ପତ୍ନୀ ଯେତେବେଳେ ଅସରପା ଦେଖନ୍ତି ଖୁବ୍ ଜୋରରେ ଚିତ୍କାର କରିବା ସହ ଘରର ଜିନିଷ ସବୁ ରାସ୍ତାକୁ ଫିଙ୍ଗିବା ଆରମ୍ଭ କରି ଦିଅନ୍ତି । ଏନେଇ ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କ କାର୍ଯ୍ୟକଳାପରେ ବିରକ୍ତ ହୋଇ ତାଙ୍କ ଠାରୁ ଛାଡପତ୍ର ଚାହୁଁଛନ୍ତି ।

Get real time updates directly on you device, subscribe now.