fbpx

(Video) ଥଣ୍ଡା ଚିକେନ, ଲଗେଜ୍ ଚେକ… ଟିମ୍ ଇଣ୍ଡିଆକୁ ଅପମାନ! ବିଶ୍ୱକପ୍ ପରେ ସାମ୍ନାକୁ ଆସିଲା ସତ…

ନୂଆଦିଲ୍ଲୀ: ବିଶ୍ୱକପ ଜିତିବା ପରଠାରୁ ଆଜି ପର୍ଯ୍ୟନ୍ତ ସେଲିବ୍ରେସନ ଜାରି ରଖିଛି ଟିମ ଇଣ୍ଡିଆ । ଗୁରୁବାର ଚମ୍ପିଆନ୍ ଦଳ ଭାରତରେ ପହଞ୍ଚିବା ପରେ ଏହି ସେଲିବ୍ରେସନ୍ ଆହୁରି ଦୁଇ ଗୁଣ ହୋଇଯାଇଛି । ତେବେ ଟୁର୍ଣ୍ଣାମେଣ୍ଟ ସମୟରେ ବିଶ୍ୱ କ୍ରିକେଟ ଉପରେ ବିଜୟଲାଭ କରିଥିବା ଟିମ ଇଣ୍ଡିଆ ପ୍ରତି ଅପମାନ ହୋଇଥିବା ଖବର ସାମନାକୁ ଆସିଛି । ବିଶ୍ୱକପ ଚାଲିଥିବା ବେଳେ ଭାରତୀୟ ଦଳକୁ ଥଣ୍ଡା ଖାଦ୍ୟ ପ୍ରଦାନ କରିବା ସହ ସେମାନଙ୍କ ବ୍ୟାଗ୍ ଚେକିଙ୍ଗ ମଧ୍ୟ କରାଯାଇଥିଲା । ଏହିସବୁ ଘଟଣା ଭାରତୀୟ ଦଳକୁ ଅପମାନ ଭଳି ହୋଇଛି ।

ରିପୋର୍ଟରୁ ଜଣାପଡିଛି କି, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଭାରତୀୟ ଟିମକୁ କୁଆଡେ ଥଣ୍ଡା ଖାଇବା ପରଷା ଯାଇଥିଲା । ଖାଲି ଏତିକି ନୁହେଁ, ଗୋଟିଏ ଜାଗାରେ ଭାରତୀୟ ଖେଳାଲୀଙ୍କୁ ପୋଲିସ ଚେକ୍ ବି କରିଥିଲା । ଟି୨୦ ବିଶ୍ୱକପରେ ଆଇସିସି ଖରାପ ବ୍ୟବସ୍ଥା କରିଥିବା ଘଟଣା ଜାଣିବାକୁ ମିଳିଛି । ଟୁର୍ଣ୍ଣାମେଣ୍ଟରେ ପ୍ରାକ୍ଟିସ ମ୍ୟାଚ ସମୟରେ ଭାରତୀୟ ଖେଳାଳୀଙ୍କୁ ଥଣ୍ଡା ଖାଇବା ପରଷା ଯାଇଥିଲା । ଖାଇବାରେ ମିଳିଥିବା ସାଣ୍ଡଓିଚ ଓ ଚିକନ ଥଣ୍ଡା ହୋଇଯାଇଥିଲା । ଆଉ ଏହି ଘଟଣା ପରେ ବିସିସିଆଇ ଭାରତୀୟ ଖେଳାଳୀଙ୍କ ପାଇଁ ଫ୍ରେସ ଖାଇବାର କରିଥିବା ବ୍ୟବସ୍ଥା । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି, ଭାରତୀୟ ଟିମ ଯେତେବେଳେ ଥଣ୍ଡା ଖାଇବା ନେଇ ଆଇସିସି ନିକଟରେ ଅଭିଯୋଗ କିରଥିଲେ, ତାଙ୍କ ତରଫରୁ ଜବାବରେ କୁହାଯାଇଥିଲା କି ଆମର ଏହା ହିଁ ପାରାମିଟର ଏବଂ ଆମେ ସମସ୍ତଙ୍କୁ ଏହିପରି ଭାବେ ଜିିନଷ ପ୍ରୋଭାଇଡ କରୁଛୁ । ପରେ ବିସିସିଆଇ ନିଜ ଖର୍ଚରେ ଟିମ ପାଇଁ ସେଫ ରଖିଥିଲା ।

ସେହିପରି ଫ୍ଲୋରିଡାରେ ପୁଲିସ ଭାରତୀୟ ଖେଳାଳିଙ୍କୁ ଚେକ କରିଥିଲା । ପ୍ରକୃତରେ ଭାରତୀୟ ଟିମକୁ ଗ୍ରୁପ ପର୍ଯ୍ୟାୟରେ ଶେଷ ମୁକାବିଲା କାନାଡା ବିପକ୍ଷରେ ଖେଳିବାର ଥିଲା । ଯାହା ବର୍ଷା କାରଣ ପାଇଁ ବାତିଲ ହୋଇଯାଇଥିଲା । ସେହି ମ୍ୟାଚ ଦିନ ସକାଳେ ଫ୍ଲୋରିଡା ପୋଲିସ ଆସି ସେମାନଙ୍କର ଯାଂଚ କରିଥିଲା । ଏହାବ୍ୟତୀତ ପୋଲିସ କହିଥିଲା, ଖେଳାଳୀଙ୍କ ଜିନିଷର ବି ଯାଂଚ ହେବ । ଏହାଶୁଣି ଖେଳାଳୀ ଆପତ୍ତି ଉଠାଇଥିଲେ । ହେଲେ ଟିମ ଅଡି ରହିଥିଲା । ତେବେ ଏହି ଘଟଣାକୁ ନେଇ ଟିମକୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ବୋଲି ଜଣାପଡିଛି ।

ବର୍ତ୍ତମାନ ସବୁଠି ବିଶ୍ୱବିଜୟୀ ଭାରତୀୟ ଟିମକୁ ନେଇ ଚର୍ଚ୍ଚା । କାରଣ ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତି ଭାରତୀୟ ଟିମ ଯେଉଁ ଗୌରବ ଆଣିଛି ତାର ଉତ୍ସବ ଅବା କିଏ କେମିତି ମନାଇବ ନାହିଁ । ତେବେ ଚାମ୍ପିୟନ ଟିମ ଇଣ୍ଡିଆ ଜୁଲାଇ ୪ ତାରିଖରେ ବାରବାଡୋସରୁ ନିଜ ମାଟିରେ ପହଂଚିଥିଲା । ଏହାପରେ ରୋହିତ ସେନା ପିଏମ ମୋଦୀଙ୍କ ସହ ସାକ୍ଷାତ କରି ପରେ ମୁମ୍ବାଇରେ ପହଂଚି ଐତିହାସିକ ଭିକ୍ଟ୍ରି ପରେଡରେ ନେଇଥିଲା ଭାଗ । ହେଲେ ଏସବୁ ଭିତରେ ଏକ ଏମିତି ରିପୋର୍ଟ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଚକିତ ହୋଇ ରହିଯିବେ ।

Get real time updates directly on you device, subscribe now.